ଟିଟିଲାଗଡରେ ବିଜେଡି ପକ୍ଷରୁ କରୋନା ସଚେତନତା ରଥ, ଉଦଘାଟନ କଲେ ମନ୍ତ୍ରୀ ଟୁକୁନି ସାହୁ

ସଇଁନ୍ତଳା,ଏନ୍ଏନ୍ଏସ୍: ରାଜ୍ୟ ସରକାରଙ୍କ ତରଫରୁ ଓଡ଼ିଶାର ବିଭିନ୍ନ ସ୍ଥାନରେ କରୋନା ଜନ ସଚେତନତା କାର୍ଯ୍ୟକ୍ରମ ଚାଲୁଛି। ଏହି ପରିପ୍ରେକ୍ଷୀରେ ଆଜି ବଲାଙ୍ଗିର ଜିଲ୍ଲା ଟିଟିଲାଗଡ ବିଜେଡି କାର୍ଯ୍ୟାଳୟରେ ମହିଳା ଓ ଶିଶୁ ବିକାଶ ଏବଂ ମିଶନ ଶକ୍ତି ମନ୍ତ୍ରୀ ଟୁକୁନି ସାହୁ ଏହି କାର୍ଯ୍ୟକ୍ରମରେ ଏକ ଜନ ସଚେତନ ରଥକୁ ସବୁଜ ପତାକା ଦେଖାଇ ଶୁଭାରମ୍ଭ କରିଛନ୍ତି। ଏହି ସମୟରେ ଟିଟିଲାଗଡ଼ ବିଜେଡିର ନେତୃବୃନ୍ଦ ଉପସ୍ଥିତ ଥିଲେ। ଏହି ରଥ ଟିଟିଲାଗଡ ସହର ସମେତ ଗାଁ ଗାଁ ବୁଲି ଲୋକଙ୍କୁ ସଚେତନତାର ବାର୍ତ୍ତା ପ୍ରଦାନ କରିବା ସହ ମାସ୍କ ବଣ୍ଟନ କରିବ। ତେବେ ଏହି କାର୍ଯ୍ୟକ୍ରମରେ ମନ୍ତ୍ରୀ ଟୁକୁନି ସାହୁ ଲୋକଙ୍କୁ ମାସ୍କ ଓ ସଚେତନତା ଲିଫଲେଟ ବଣ୍ଟନ କରିଛନ୍ତି। ସେହିପରି ସଚେତନତା ରଥଟି ଟିଟିଲାଗଡ, ସଇଁତଳା, ଗୁଡଭେଲା ବ୍ଳକ୍ ଆଦି ଅଞ୍ଚଳରେ ବୁଲିବ ବୋଲି ମନ୍ତ୍ରୀ କହିଛନ୍ତି।