ଆଜି ରାଜ୍ୟରେ କରୋନା ସୁସ୍ଥ ସଂଖ୍ୟା ୨୧୨୮

ଭୁବନେଶ୍ୱର,ଏନ୍ଏନ୍ଏସ୍: ରାଜ୍ୟରେ କରୋନା ଭୂତାଣୁ ସଂକ୍ରମଣ ବନ୍ଦ ହୋଇନଥିବାବେଳେ ସଂକ୍ରମଣ ଠାରୁ ଅଧିକ ସୁସ୍ଥ ହେଉଛନ୍ତି। ତେବେ ଆଜି ରାଜ୍ୟରେ ୨୧୨୮ ଜଣ କରୋନା ସଂକ୍ରମିତି ସୁସ୍ଥ ହୋଇଛନ୍ତି। ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।

ଏହି ସୁସ୍ଥଙ୍କ ମଧ୍ୟରେ ଖୋର୍ଦ୍ଧାରୁ ୨୧୦, ଅନୁଗୁଳରୁ ୧୪୯, କଟକରୁ ୧୪୦, ସୁନ୍ଦରଗଡ଼ରୁ ୧୧୪, ବାଲେଶ୍ୱରରୁ ୧୦୪, ମୟୂରଭଞ୍ଜ ଓ ନବରଙ୍ଗପୁରରୁ ୧୦୦ ଜଣ ଲେଖାଏଁ ରହିଛନ୍ତି। ସେହିପରି ନୂଆପଡ଼ାରୁ ୯୯, ଯାଜପୁରରୁ ୮୬, ପୁରୀରୁ ୮୦, କେନ୍ଦ୍ରାପଡ଼ାରୁ ୭୨, କଳାହାଣ୍ଡିରୁ ୬୮, ଜଗତସିଂହପୁରରୁ ୬୪, ମାଲକାନଗିରିରୁ ୬୩, ଝାରସୁଗୁଡ଼ାରୁ ୬୧, ବରଗଡ଼ରୁ ୬୦, ବଲାଙ୍ଗିରରୁ ୬୦, ସମ୍ବଲପୁରରୁ ୫୭, ଭଦ୍ରକରୁ ୫୧, କେନ୍ଦୁଝରରୁ ୪୯, ସୋନପୁରରୁ ୪୦, ନୟାଗଡ଼ରୁ ୩୯, ବୌଦ୍ଧରୁ ୩୧, କୋରାପୁଟରୁ ୩୧, କନ୍ଧମାଳରୁ ୩୦, ଢ଼େଙ୍କାନାଳରୁ ୨୪, ଦେବଗଡ଼ରୁ ୧୭, ଗଞ୍ଜାମରୁ ୧୬, ରାୟଗଡ଼ାରୁ ୧୧ ଏବଂ ଗଜପତିରୁ ୯ ଜଣ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ଅନ୍ୟପଟେ ଷ୍ଟେଟ ପୁଲରୁ ଚିହ୍ନଟ ହୋଇଥିବା ଆକ୍ରାନ୍ତଙ୍କ ମଧ୍ୟରୁ ୯୩ ଜଣ ସୁସ୍ଥ ହୋଇଛନ୍ତି।

ଏଥିସହିତ ରାଜ୍ୟରେ ବର୍ତ୍ତମାନ ମୋଟ କୋଭିଡ ସୁସ୍ଥ ସଂଖ୍ୟା ୨ ଲକ୍ଷ ୫୭ ହଜାର ୪୧ରେ ପହଞ୍ଚିଛି। ଆଜି ରାଜ୍ୟରେ ୧୯୧୩ କରୋନା ସଂକ୍ରମଣ ଚିହ୍ନଟ ହୋଇ ରାଜ୍ୟରେ ମୋଟ ସଂକ୍ରମଣ ସଂଖ୍ୟା ୨ ଲକ୍ଷ ୭୬ ହଜାର ୯୪ରେ ପହଞ୍ଚିଛି। ସେଥିରୁ ୧୧୯୬ ଜଣଙ୍କ ପ୍ରାଣହାନି ହୋଇସାରିଥିବାବେଳେ ୧୭ ହଜାର ୮୦୪ ଜଣ ବର୍ତ୍ତମାନ ଚିକିତ୍ସାଧୀନ ଅଛନ୍ତି।