ନୂଆଦିଲ୍ଲୀ: ଦେଶରେ କରୋନା ସଂକ୍ରମିତଙ୍କ ସଂଖ୍ୟା ୭୦ଲକ୍ଷ ପହଞ୍ଚିଗଲାଣି। ନୂଆ ମାମଲା ହାର ପ୍ରତିଦିନ ବଢ଼ୁଥିବାବେଳେ ସକ୍ରିୟ ସଂକ୍ରମିତଙ୍କ ସଂଖ୍ୟା କମିବାରେ ଲାଗିଛି। ନୂଆ ସଂକ୍ରମିତଙ୍କ ତୁଳନାରେ ସୁସ୍ଥହାର ଅଧିକ ରହିଛି। ଦେଶରେ ଗତ ୨୪ ଘଣ୍ଟାରେ ୭୩ ହଜାର ୨୭୨ ନୂଆ ମାମଲା ସାମ୍ନାକୁ ଆସିଥିବାବେଳେ ୮୨ ହଜାର ୭୫୩ ଜଣ ସୁସ୍ଥ ହୋଇଛନ୍ତି। ଆଉ ୯୨୬ ଜଣଙ୍କର ମୃତ୍ୟୁ ଘଟିଛି।
କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟର ରିପୋର୍ଟ ମୁତାବିକ, ଦେଶରେ ବର୍ତ୍ତମାନ ସୁଦ୍ଧା ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୬୯ଲକ୍ଷ ୭୯ ହଜାରକୁ ବୃଦ୍ଧି ପାଇଛି। ସେଥିମଧ୍ୟରୁ ୧ଲକ୍ଷ ୭ ହଜାର ଲୋକଙ୍କ ମୃତ୍ୟୁ ଘଟିଛି ୫୯ ଲକ୍ଷ ୮୮ ହଜାର ଲୋକ ସୁସ୍ଥ ହୋଇଛନ୍ତି। ଆଉ ୮ଲକ୍ଷ ୮୩ ହଜାର ସକ୍ରିୟ ମାମଲା ରହିଛି। ସକ୍ରିୟ ସଂକ୍ରମିତଙ୍କ ତୁଳନାରେ ସୁସ୍ଥହାର ୬ ଗୁଣା ଅଧିକ ରହିଛି।
ଆଇସିଏମଆର ମୁତାବିକ, ଅକ୍ଟୋବର ୯ ସୁଦ୍ଧା ମୋଟ ୮ କୋଟି ୫୭ଲକ୍ଷ କରୋନା ଟେଷ୍ଟ ହୋଇଛି। ସେଥିମଧ୍ୟରୁ କେବଳ ୧୧ ଲକ୍ଷ ୬୪ ହଜାର ନମୁନା ଗତକାଲି ଟେଷ୍ଟ କରାଯାଇଛି।