କୋରାପୁଟ,ଏନ୍ଏନ୍ଏସ୍: ବନ୍ୟପ୍ରାଣୀ ଅପରାଧ ନିୟନ୍ତ୍ରଣ ଓ ସମନ୍ନୟ କେନ୍ଦ୍ର ସଭାଗୃହରେ ଜିଲ୍ଲାସ୍ତରୀୟ ୬୬ତମ ବନ୍ୟପ୍ରାଣୀ ସପ୍ତାହ ପାଳିତ ହୋଇଛି। କୋରାପୁଟ ବନଖଣ୍ଡ ଅଧିକାରୀ ରିଙ୍କୁ କୁମାରୀଙ୍କ ଅଧ୍ୟକ୍ଷତାରେ ଆୟୋଜିତ କାର୍ଯ୍ୟକ୍ରମରେ ଜିଲ୍ଲାପାଳ ମଧୁସୂଦନ ମିଶ୍ର ମୁଖ୍ୟ ଅତିଥି ଭାବେ ଯୋଗଦେଇ ସଂରକ୍ଷିତ ଜଙ୍ଗଲ ବାହାରେ ବନ୍ୟପ୍ରାଣୀଙ୍କୁ ସୁରକ୍ଷା ଦେବା ଉପରେ ଗୁରୁତ୍ୱାରୋପ କରିଥିଲେ। ଏହାପରେ ଜିଲ୍ଲାପାଳଙ୍କ ଦ୍ୱାରା କୋରାପୁଟର ପିଣ୍ଟୁ ମଲ୍ଲିକଙ୍କୁ ଉପ-ଖଣ୍ଡସ୍ତରୀୟ ବିଜୁ ପଟ୍ଟନାୟକ ସମ୍ମାନରେ ସମ୍ବର୍ଦ୍ଧିତ କରାଯାଇଥିଲା। ଏହି କାର୍ଯ୍ୟକ୍ରମରେ ଆଞ୍ଚଳିକ ମୁଖ୍ୟ ବନ ସଂରକ୍ଷକ ସୁଦିପ୍ତ ଦାଶ , ଜୟପୁର ବନଖଣ୍ଡ ଅଧିକାରୀ ଏନଏସଜିପି ସିଂହ,ଏସିଏଫ ଏ.ଉମା ମହେଶ ଓ ରଞ୍ଜନ କୁମାର ନାଗ ପ୍ରମୁଖ ଯୋଗ ଦେଇଥିଲେ। ଏହାପରେ ସାପ କିପରି ଉଦ୍ଧାର କରାଯାଏ ତାହା ପ୍ରଦର୍ଶନ କରାଯାଇଥିଲା। କୋରାପୁଟ ବନାଞ୍ଚଳ ଅଧିକାରୀ ରୋହିତ କୁମାର କାର୍ଯ୍ୟକ୍ରମ ପରିଚାଳନା କରିଥିବାବେଳେ ଜିଲ୍ଲାର ସମସ୍ତ ରେଞ୍ଜ ଅଧିକାରୀ ଯୋଗ ଦେଇଥିଲେ।