ଦେବଗଡ଼,ଏନ୍ଏନ୍ଏସ୍: ବାରକୋଟ ଥାନା ଗୁରୁସଙ୍ଗ ଗ୍ରାମରେ ଜଣେ ମାନସିକ ବିକୃତ ଯୁବକ ଏକ ଗଛରେ ଗାମୁଛା ଲଗାଇ ଆତ୍ମହତ୍ୟା କରିଥିବା ବାରକୋଟ ଥାନାରେ ଅଭିଯୋଗ ହୋଇଛି । ଅଭିଯୋଗ ଆଧାରରେ ବାରକୋଟ ପୁଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଜବତ କରିବା ସହ ଘଟଣାର ତଦନ୍ତ ଆରମ୍ଭ କରିଛି। ସୂଚନା ଅନୁଯାୟୀ ଗୁରୁସଙ୍ଗ ଗ୍ରାମର ସ୍ୱର୍ଗତ କିଶୋର ନାଏକଙ୍କ ପୁଅ ପିଣ୍ଟୁ ନାଏକ(୨୨) ଗତକାଲି ସକାଳୁ ନିଜ ଘରୁ ବାହାରି ଆସି ସନ୍ଧ୍ୟା ଯାଏ ନ ଫେରିବାରୁ ପରିବାର ଲୋକେ ଖୋଜା ଖୋଜି କରିଥିଲେ । ଏହାପରେ ପିଣ୍ଟୁ ରାସ୍ତା କଡ଼ରେ ଥିବା ଏକ ମହୁଲ ଗଛରେ ଏକ ଗାମୁଛା ବାନ୍ଧି ଓହଳି ପଡିଥିବା ଦେଖିବାକୁ ପାଇଥିଲେ। ଏ ନେଇ ପିଣ୍ଟୁଙ୍କ ମାଆ ଶାଗ ନାଏକ ବାରକୋଟ ଥାନାରେ ଅଭିଯୋଗ କରିବା ପରେ ଥାନା ଅଧିକାରୀ ରାଜେନ୍ଦ୍ର ମହାପାତ୍ର, ଏଏସଆଇ ପୁରୁଷୋତ୍ତମ ବେହେରା ପ୍ରମୁଖ ଘଟଣାସ୍ଥଳକୁ ଯାଇ ତଦନ୍ତ ଆରମ୍ଭ କରିଥିବା ଜଣାପଡିଛି।