ଉତ୍ତରପ୍ରଦେଶ ଜେଲରେ ସର୍ବାଧିକ ଇଞ୍ଜିନିୟରିଂ ଏବଂ ସ୍ନାତକତ୍ତୋର ଡିଗ୍ରୀଧାରୀ

ନୂଆଦିଲ୍ଲୀ,ଏଜେନ୍ସି:  ଜାତୀୟ ଅପରାଧିକ ରେକର୍ଡ ବ୍ୟୁରୋ(ଏନସିଆର୍ବି)-୨୦୧୯ ରିପୋର୍ଟ ଅନୁଯାୟୀ, ଉତ୍ତରପ୍ରଦେଶ ଜେଲରେ ସର୍ବାଧିକ ଇଞ୍ଜିନିୟରିଂ ଏବଂ ସ୍ନାତକୋତ୍ତର ଡିଗ୍ରୀଧାରୀ ରହିଛନ୍ତି। ଇଞ୍ଜିନିୟରିଂ ଏବଂ ସ୍ନାତକୋତ୍ତର ଡିଗ୍ରୀଧାରୀ କଏଦୀଙ୍କ ସଂଖ୍ୟା ନେଇ ପ୍ରକାଶିତ ରାଜ୍ୟମାନଙ୍କର ଏହି ତାଲିକାରେ ଉତ୍ତରପ୍ରଦେଶ ଶୀର୍ଷ ସ୍ଥାନରେ ରହିଛି। ଉତ୍ତରପ୍ରଦେଶ ଜେଲରେ ୭୨୭ଜଣ ଟେକ୍ନିକାଲ୍ ଡିଗ୍ରୀଧାରୀ ରହିଛନ୍ତି। ଏହାଛଡ଼ା ସ୍ନାତକୋତ୍ତର କଏଦୀଙ୍କ ତାଲିକାରେ ମଧ୍ୟ ଶୀର୍ଷରେ ରହିଛି ଉତ୍ତରପ୍ରଦେଶ। ରାଜ୍ୟର ୫ହଜାର ୨୮୨ଜଣ କଏଦୀଙ୍କ ମଧ୍ୟରୁ ୨ହଜାର ୧୦ଜଣ ସ୍ନାତକୋତ୍ତର ଡିଗ୍ରୀଧାରୀ ରହିଛନ୍ତି। ଏହି ତାଲିକାର ଦ୍ୱିତୀୟରେ ମହାରାଷ୍ଟ୍ର, ତୃତୀୟରେ କର୍ଣ୍ଣାଟକ, ଚତୁର୍ଥରେ ତାମିଲନାଡୁ, ପଞ୍ଚମରେ ମଧ୍ୟପ୍ରଦେଶ, ଷଷ୍ଠରେ ରାଜସ୍ଥାନ ଏବଂ ସପ୍ତମରେ ତେଲେଙ୍ଗାନା ରହିଛିି। ମହାରାଷ୍ଟ୍ରରେ ୪୯୫ ଇଞ୍ଜିନିୟରିଂ ଡିଗ୍ରୀଧାରୀ ରହିଥିବା ବେଳେ ୫୬୨ଜଣ ସ୍ନାତକୋତ୍ତର ଡିଗ୍ରୀଧାରୀ ରହିଛନ୍ତି। ସେହିପରି କର୍ଣ୍ଣାଟକରେ ୩୬୨ଜଣ ଇଞ୍ଜିନିୟରିଂ ଡିଗ୍ରୀଧାରୀ ରହିଥିବା ବେଳେ ୧୨୦ଜଣ ଟେକ୍ନିକାଲ୍ ଡିଗ୍ରୀଧାରୀ ରହିଛନ୍ତି। ଉତ୍ତରପ୍ରଦେଶ ପୁଲିସ ଡିଜି ଆନନ୍ଦ କୁମାରଙ୍କ ସୂଚନା ଅନୁଯାୟୀ, ଅଧିକ ଟେକ୍ନିକାଲ୍ ଡିଗ୍ରୀଧାରୀ କଏଦୀ ଯୌତୁକ ନିର୍ଯାତନା ଏବଂ ଦୁଷ୍କର୍ମ ମାମଲାରେ ଅଭିଯୁକ୍ତ ଅଛନ୍ତି।