ଯୁଦ୍ଧ କ୍ଷେତ୍ର ପାଲଟିଛି କୋଲକାତା: ବିଜେପି କର୍ମୀ ଓ ପୁଲିସ ମଧ୍ୟରେ ସଂଘର୍ଷ

କୋଲକାତା,ଏଜେନ୍ସି: କୋଲକାତାର ଏବଂ ଏହାର ନିକଟବର୍ତ୍ତୀ ହାୱଡାରେ ଗୁରୁବାର ଦିନ ଯୁଦ୍ଧ କ୍ଷେତ୍ର ସୃଷ୍ଟି ହୋଇଛି। ବିଜେପି କର୍ମୀ ଓ ସମର୍ଥକମାନେ ପୁଲିସ ସହ ସଂଘର୍ଷ କରି ପଥର ଫିଙ୍ଗିବା ସହ ଟାୟାର ଜାଳି ରାସ୍ତା ଅବରୋଧ କରିଥିଲେ। ଅଧିକାରୀଙ୍କ ସୂଚନା ଅନୁସାରେ ଭାରତୀୟ ଜନତା ଯୁବ ମୋର୍ଚ୍ଚା ଓ ବିଜେପି ଯୁବ କର୍ମୀମାନେ ଆୟୋଜିତ ନବାନ୍ନ ପଦଯାତ୍ରା ସମୟରେ ରାଜ୍ୟ ସଚିବ ବ୍ୟାରିକେଡ୍ ଛିଣ୍ଡାଇ ଦେବା ସହିତ ହିଂସା କାଣ୍ଡ କରିଥିଲେ। ପୁଲିସ କର୍ମୀମାନେ ହିଂସାକାଣ୍ଡ ରୋକିବା ପାଇଁ ଟିଅର ଗ୍ୟାସ ମାଡ଼ କରିବା ସହିତ ଆନ୍ଦୋଳନକାରୀଙ୍କ ଉପରକୁ ପାଣି ମାଡ଼ କରିଥିଲେ।

ରାଜ୍ୟ ସରକାରଙ୍କୁ ବିରୋଧ କରି ଆଜି ସକାଳେ ବିଜେପି ପକ୍ଷରୁ ଆୟୋଜିତ ହୋଇଥିବା ନବାନ୍ନ ପଦଯାତ୍ରାରେ ରାଜ୍ୟର ବିଭିନ୍ନ ସ୍ଥାନରୁ କାର୍ଯ୍ୟକର୍ତ୍ତା ଯୋଗଦେଇ ନାରାବାଜି କରିଥିଲେ। ଏଥିସହିତ ସଚିବାଳୟ ଆଡକୁ ଏହି ମୋର୍ଚ୍ଚା ବଢ଼ିଥିଲା। ରାଲିକୁ ରୋକିବା ପାଇଁ ପୁଲିସ ବିଦ୍ୟାସାଗର ସେତୁ ଏବଂ ହାୱଡା ବ୍ରିଜ ସହିତ ଅନ୍ୟ ରାସ୍ତା ଗୁଡ଼ିକରେ ବ୍ୟାରିକେଡ ଲଗାଇଥିଲା। ଏହି ମଧ୍ୟରେ କୋଲକାତା ଓ ହାୱଡାରେ ବିଜେପି କାର୍ଯ୍ୟକର୍ତ୍ତା ବ୍ୟାରିକେଡ ଭାଙ୍ଗି ଦେଇଥିଲେ। ଏନେଇ ପୁଲିସ ଓ କାର୍ଯ୍ୟକର୍ତ୍ତାଙ୍କ ମଧ୍ୟରେ ସଂଘର୍ଷ ହୋଇଥିଲା। ପୁଲିସ ପ୍ରଦର୍ଶନ କାରୀଙ୍କ ଉପରକୁ ଲାଠି ମାଡ଼ କରିବା ସହିତ ତାଙ୍କ ଉପରକୁ ପାଣି ମାଡ଼ କରିଥିଲେ। ଏଥିରେ ଅନେକ କାର୍ଯ୍ୟକର୍ତ୍ତା ମଧ୍ୟ ଆହତ ହୋଇଥିଲେ।