ନୂଆଦିଲ୍ଲୀ: କରୋନା ସଂକ୍ରମଣ ଏବେ ଦିନକୁଦିନ ସମଗ୍ର ବିଶ୍ୱକୁ ଗ୍ରାସିତ କରିବାରେ ଲାଗିଛି। ଏସବୁ ମଧ୍ୟରେ ଆଶ୍ୱସ୍ତିକର କଥାଟି ହେଲା, ସଂକ୍ରମିତଙ୍କ ତୁଳନାରେ ସୁସ୍ଥଙ୍କ ସଂଖ୍ୟା ଅଧିକ ରହିଛି। ଦେଶରେ ଗତ ୨୪ ଘଣ୍ଟାରେ ୬୧ ହଜାର ୨୬୭ ନୂଆ ମାମଲା ସାମ୍ନାକୁ ଆସିଥିବାବେଳେ ୮୮୪ ଜଣଙ୍କର ମୃତ୍ୟୁ ଘଟିଛି।
କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ରିପୋର୍ଟ ମୁତାବିକ, ଦେଶରେ ବର୍ତ୍ତମାନ ସୁଦ୍ଧା ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୬୬ଲକ୍ଷ ୮୫ ହଜାର ହୋଇଥିବାବେଳେ ୧ଲକ୍ଷ ୩ ହଜାର ଲୋକଙ୍କ ମୃତ୍ୟୁ ଘଟିଛି। ସେହିପରି ୫୬ଲକ୍ଷ ୬୨ ହଜାର ଲୋକ ସୁସ୍ଥ ହୋଇଛନ୍ତି ଓ ସକ୍ରିୟ ସଂକ୍ରମିତଙ୍କ ମାମଲା ୯ଲକ୍ଷ ୧୯ ହଜାର ହୋଇଯାଇଛି। ତେବେ ସକ୍ରିୟ ସଂକ୍ରମିତଙ୍କ ତୁଳନାରେ ସୁସ୍ଥହାର ୬ ଗୁଣା ଅଧିକ ରହିଛି।
ଆଇସିଏମଆର ମୁତାବିକ, ଅକ୍ଟୋବର ୫ ସୁଦ୍ଧା ୮ କୋଟି ୧୦ଲକ୍ଷ ୭୧ ହଜାର ୭୯୭ ନମୁନା ଟେଷ୍ଟ କରାଯାଇଛି। ସେହିପରି ଗତକାଲି ୧୦ଲକ୍ଷ ୮୯ ହଜାର ୪୦୩ ନମୁନା ଟେଷ୍ଟ ହୋଇଥିବା ଜଣାପଡ଼ିଛି। କରୋନା ସଂକ୍ରମିତଙ୍କ ହାର ୭ ପ୍ରତିଶତ ରହିଛି।