ଜେସିବି ଓ ବାଇକ ଧକ୍କା, ଜଣେ ମୃତ

ଝାରସୁଗୁଡା, ଏନଏନଏସ:  ଝାରସୁଗୁଡା ଜିଲ୍ଲା ଲଇକେରା ବ୍ଲକ ସାହାସପୁର ଫୁଲକୋବି ଛକ ନିକଟରେ ଆଜି ବାଇକ ଜେସିବି ମୁହାଁମୁହିଁ ଧକ୍କା ହେବାରୁ ଜଣେ ଯୁବକଙ୍କ ମୃତ୍ୟୁ ହୋଇଛି। ମୃତ ଯୁବକ ଜଣକ ସାହାସପୁର ସୁନାପଡାର ଜୟରାମ କୁଲୁ (୨୮) ବୋଲି ଜଣା ପଡିଛି । ସୂଚନାଅନୁଯାୟୀ ଆଜି ଜୟରାମ  ବାଇକରେ ଲଇକେରା ପଟୁ ସାହାସପୁର ଅଭିମୁଖେ ଯାଉଥିଲେ । ସେହି ସମୟରେ ରାସ୍ତା ପାର୍ଶ୍ଵରେ ଚାଲିଥିବା ପାଇପ ଲାଇନ କାର୍ଯ୍ୟ ସାରି ଫେରୁଥିବା ଜେସିବି  ତାଙ୍କୁ ମୁହାଁମୁହିଁ ଧକ୍କା ଦେଇଥିଲା । ଫଳରେ ଜୟରାମ ଗୁରୁତର ଆହତ ହୋଇଥିଲେ । ଖବରପାଇ ସାହାସପୁର ଫାଣ୍ଡି ଅଧିକାରୀ ନିତ୍ୟାନନ୍ଦ ସାହୁ ଘଟଣାସ୍ଥଳରେ ପହଞ୍ଚି ଆହତ ବାଇକ ଚାଳକକୁ ବାମରା ଡାକ୍ତରଖାନା ପାଠାଇଥିଲେ । ହେଲେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଥିଲା । ଅନ୍ୟପଟେ ଦୁର୍ଘଟଣା ଘଟାଇ ଜେସିବି ଚାଳକ ଫେରାର ହୋଇ ଯାଇଥିବାବେଳେ ପୁଲିସ ବାଇକ ଓ ଜେସିବି ମେସିନ ଟିକୁ ଜବତ କରି ତଦନ୍ତ କରୁଥିବା ଜଣାପଡ଼ିଛି ।