Notice: Function _load_textdomain_just_in_time was called incorrectly. Translation loading for the really-simple-ssl domain was triggered too early. This is usually an indicator for some code in the plugin or theme running too early. Translations should be loaded at the init action or later. Please see Debugging in WordPress for more information. (This message was added in version 6.7.0.) in /home/muhapqmy/public_html/wp-includes/functions.php on line 6131

Notice: Function _load_textdomain_just_in_time was called incorrectly. Translation loading for the publisher domain was triggered too early. This is usually an indicator for some code in the plugin or theme running too early. Translations should be loaded at the init action or later. Please see Debugging in WordPress for more information. (This message was added in version 6.7.0.) in /home/muhapqmy/public_html/wp-includes/functions.php on line 6131
ଶୋଇବା ବେଳେ ପାଖରେ ସ୍ମାର୍ଟଫୋନ ରଖନ୍ତୁ ନାହିଁ, ନ ହେଲେ ହେବ ଭୟଙ୍କର ରୋଗ ! – Nitidin
Deprecated: Function WP_Dependencies->add_data() was called with an argument that is deprecated since version 6.9.0! IE conditional comments are ignored by all supported browsers. in /home/muhapqmy/public_html/wp-includes/functions.php on line 6131

Deprecated: Function WP_Dependencies->add_data() was called with an argument that is deprecated since version 6.9.0! IE conditional comments are ignored by all supported browsers. in /home/muhapqmy/public_html/wp-includes/functions.php on line 6131

Deprecated: Function WP_Dependencies->add_data() was called with an argument that is deprecated since version 6.9.0! IE conditional comments are ignored by all supported browsers. in /home/muhapqmy/public_html/wp-includes/functions.php on line 6131

ଶୋଇବା ବେଳେ ପାଖରେ ସ୍ମାର୍ଟଫୋନ ରଖନ୍ତୁ ନାହିଁ, ନ ହେଲେ ହେବ ଭୟଙ୍କର ରୋଗ !

 ପୂର୍ବେ ଲୋକ ଗପ ବହି, ପତ୍ରିକା ପଢ଼ି ଶୋଉଥିଲେ। ଏକବିଂଶ ଶତାବ୍ଦୀରେ କିନ୍ତୁ ୭୭%ରୁ ଅଧିକ ଲୋକ ସ୍ମାର୍ଟଫୋନ୍ ଦେଖିଦେଖି ଶୋଇଥାନ୍ତି। କେହି ସୋସିଆଲ୍‌ ସାଇଟ୍‌ରେ ଅନ୍-ଲାଇନ୍ ରହିବାବେଳେ ଅନ୍ୟ କେହି ସେଥିରେ ସିନେମା ଦେଖିଥାନ୍ତି। ବିଶେଷଜ୍ଞଙ୍କ ମତରେ ଏଭଳି କରୁଥିବା ବ୍ୟକ୍ତିମାନେ ଏବେଠାରୁ ସଚେତନ ହେବା ଜରୁରୀ। ନଚେତ୍ ଆଗାମୀ ଦିନରେ ସେମାନଙ୍କ ସ୍ବାସ୍ଥ୍ୟବସ୍ଥା ଅବନତି ହେବାର ଆଶଙ୍କା ଅଧିକ। ଶୋଇବାର ୩୦ ମିନିଟ୍ ପୂର୍ବରୁ ସ୍ମାର୍ଟଫୋନ୍‌‌କୁ ଟେବୁଲ୍ ଉପରେ କିମ୍ବା ଶୋଇବା ଘର ଥାକରେ ରଖିବା ହିଁ ବୁଦ୍ଧିମାନର ପରିଚୟ।

୨୦୧୭ରେ ଇସ୍ରାଏଲ୍‌ର ଗବେଷକଙ୍କ ଅନୁଧ୍ୟାନରୁ ସ୍ପଷ୍ଟ ହୋଇଥିଲା ରାତିବେଳା ସ୍ମାର୍ଟଫୋନ୍ ଅଧିକ ସମୟ ଦେଖିଲେ ତାହା କାରଣରୁ ଆମେ ଅନିଦ୍ରା ହୋଇଥାଉ। ଏଥିରୁ ବାହାରୁଥିବା ଏକ ପ୍ରକାରର ‘ସ୍ଲିପ୍ ହରମୋନ୍’ ଆମ ନିଦ୍ରାରେ ବାଧା ସୃଷ୍ଟି କଲାବେଳେ ଆଖି ଲାଲ ହୋଇଥାଏ। ଏପରିକି ରାତିରେ ଅଧିକ ସମୟ ସ୍ମାର୍ଟଫୋନ୍ ଦେଖିଲେ, ସକାଳୁ ଆମକୁ ଥକ୍କା ମଧ୍ୟ ଲାଗେ।

 ଅନ୍ତଃରାଷ୍ଟ୍ରୀୟ କ୍ୟାନ୍ସର ରିସର୍ଚ୍ଚ ଏଜେନ୍ସିର ପରୀକ୍ଷଣ ଅନୁସାରେ, ସ୍ମାର୍ଟଫୋନ୍‌‌ରୁ ବାହାରୁଥିବା ରଶ୍ମି ଆମ ମସ୍ତିଷ୍କ ଓ କାନ ନିମନ୍ତେ କ୍ଷତିକାରକ। ଅଧିକ ସମୟ କଥାବାର୍ତ୍ତା ହେଲେ କିମ୍ବା ଦେଖିଲେ, ପରବର୍ତ୍ତୀ ସମୟରେ ମସ୍ତିଷ୍କ ଓ କାନରେ ଟ୍ୟୁମର୍‌ ହେବାର ଆଶଙ୍କା ବଢ଼େ। ସ୍ମାର୍ଟଫୋନ୍‌‌ରେ ଦିନକୁ ୨ ଘଣ୍ଟାରୁ ଅଧିକ ସମୟ ବାର୍ତ୍ତାଳାପ କରୁଥିବା ଲୋକଙ୍କ ଶ୍ରବଣ ଶକ୍ତି ମଧ୍ୟ କ୍ରମଶଃ ହ୍ରାସ ପାଉଥିବାର ଅନୁଧ୍ୟାନରୁ ସ୍ପଷ୍ଟ ହୋଇଛି। ୨୦୧୪ ଜୁଲାଇ ଆମେରିକାର ଡାଲାସ୍‌ରେ ଜଣେ ୧୩ ବର୍ଷୀୟ ବାଳକ ନିଜ ତକିଆତଳେ ମୋବାଇଲ୍ ରଖି ଶୋଇପଡ଼ିଥିଲେ।

ହଠାତ୍ କୌଣସି କାରଣରୁ ମୋବାଇଲ୍‌ରେ ନିଆଁ ଲାଗିଯାଇଥିଲା। ୨୦୧୫ ମେରେ ସେହିପରି ଏକ ଦୁର୍ଘଟଣା ଆମେରିକାର ଏକ ସହରରେ ଘଟିଥିଲା। ଜଣେ ଯୁବକ ନିଜ ସ୍ମାର୍ଟଫୋନ୍‌‌କୁ ଖଟ ଉପରେ ରଖି ଚାର୍ଜିଂ କରୁଥିବାବେଳେ ନିଆଁ ଲାଗି କକ୍ଷଟି ଭସ୍ମୀଭୂତ ହୋଇଗଲା। ୨୦୧୮ ଜୁନ୍‌‌ରେ ମାଲେସିଆର କୁଆଲାଲମପୁର ନିବାସୀ ଜଣେ ଯୁବକ ଶୋଇଥିବାବେଳେ ତାଙ୍କ ସ୍ମାର୍ଟଫୋନକୁ ପାଖରେ ରଖିଥିଲେ। ସ୍ମାର୍ଟଫୋନ୍‌ଟି ହଠାତ୍ ଫାଟି ଘରେ ନିଆଁ ଲାଗିଥିଲା।