ଘରେ କ୍ୱାରେଣ୍ଟାଇନରେ ଥିବା କରୋନା ରୋଗୀ ଖାଇ ପାରିବେ ଫାଭିପିରାଭିର ମେଡିସିନ

ଭୁବନେଶ୍ୱର,ଏନ୍ଏନ୍ଏସ୍: କରୋନା ରୋଗୀଙ୍କ ପାଇଁ ଖୁସି ଖବର । କରୋନା ରୋଗୀଙ୍କ ଚିକିତ୍ସା ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ଫାଭିପିରାଭିର ମେଡିସିନ ବ୍ୟବହାର ନେଇ ଟିପ୍ସ ଦେଇଛନ୍ତି ଡାକ୍ତର ଜୟନ୍ତ ପଣ୍ଡା। ସେ କହିଛନ୍ତି ହୋମ ଆଇସୋଲେସନରେ ରହିଲେ ଫାଭିପିରାଭିର୍ ଦିଆଯାଉଛି।ଆକ୍ରାନ୍ତଙ୍କୁ ପ୍ରାଥମିକ ଅବସ୍ଥାରେ ଦେଲେ ସ୍ୱାସ୍ଥ୍ୟରେ ଉନ୍ନତି ଆସିଥାଏ। ‘ଆକ୍ରାନ୍ତଙ୍କୁ ୫ ଦିନ ସେବନ କରିବାକୁ ବ୍ୟବସ୍ଥା କରାଯାଇଛି।‘ଫାଭିପିରାଭିର୍ ଭାଇରସର ମାତ୍ରା ଓ ପ୍ରଭାବ କମାଇଥାଏ।ଏହାର ଉପଯୁକ୍ତ ସେବନ କାଶ ଓ ଜ୍ୱରକୁ କମାଇଥାଏ। ଲକ୍ଷଣହୀନ ରୋଗୀଙ୍କୁ ଫାଭିପିରାଭିର ଦିଆଯାଏ ନାହିଁ।

ରୋଗୀଙ୍କୁ ପାଞ୍ଚଦିନ ପାଇଁ ଫାଭିପିରାଭିର ଦେବା ବ୍ୟବସ୍ଥା କରାଯାଇଛି । ଗର୍ଭବତୀ ମହିଳା , ଛୋଟ ପିଲା ଫାଭିପିରାଭିର ଖାଇପାରିବେ ନାହିଁ । ରୋଗ ଚିହ୍ନଟ ହେବା ମାତ୍ରେ ପ୍ରଥମ ଦିନରୁ ଫାଭିପିରାଭିର ଦିଆଯାଇପାରିବ । ପ୍ରାଥମିକ ପର୍ଯ୍ୟାୟରେ  କଟକ, ଭୁବନେଶ୍ୱର ଓ ପୁରୀରେ ଆକ୍ରାନ୍ତଙ୍କୁ ଏହା ଯୋଗାଇ ଦିଆଯାଉଛି ।