ସୁପରସୋନିକ ମିସାଇଲ ସହାୟକ ଟର୍ପେଡୋ ସ୍ମାର୍ଟର ସଫଳ ପରୀକ୍ଷଣ

ବାଲେଶ୍ୱର,ଏନ୍ଏନ୍ଏସ୍: ଓଡ଼ିଶା ଉପକୂଳ ଅବଦୁଲ କାଲାମ ୪ନମ୍ବର ଦ୍ୱୀପରୁ ସୋମବାର ସୁପର ସୋନିକ ମିଶାଇଲର ସହାୟକ ‘ଟର୍ପେଡ଼ୋ ସ୍ମାର୍ଟ’ର ସଫଳ ପରୀକ୍ଷଣ କରାଯାଇଛି। ଏହା  ଆଂଟି ବୁଡ଼ାଜାହାଜ ଯୁଦ୍ଧ କ୍ଷମତା ପ୍ରତିଷ୍ଠା କରିବାରେ ମହତ୍ୱପୂର୍ଣ୍ଣ ଅଟେ ବୋଲି ପ୍ରତିରକ୍ଷା ମନ୍ତ୍ରାଳୟ ପକ୍ଷରୁ ସୂଚନା ମିଳିଛି। ଏହାର ସଫଳ ପରୀକ୍ଷଣ ପରେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ପ୍ରତିରକ୍ଷା ଅନୁସଂନ୍ଧାନ ଏବଂ ବିକାଶ ସଂଗଠନ (ଡ଼ିଆରଡିଓ)ଙ୍କୁ ଅଭିନନ୍ଦନ ଜଣାଇଛନ୍ତି। ସୂଚନା ଅନୁସାରେ, ସମ୍ପୂର୍ଣ୍ଣ ସ୍ୱଦେଶୀ ଜ୍ଞାନ କୈାସଳରେ ନିର୍ମିତ ସ୍ମାର୍ଟ ମିଜାଇଲର ଲମ୍ବ ୫.୧ ମିଟର ଥିବାବେଳେ ଗୋଲେଇ ୩୮ମିଟର । ଏହାର ଓଜନ ୬୬୦କେଜି ରହିଛି।