ପୁଣି ୬୭ ଜଣ ଆକ୍ରାନ୍ତ ଚିହ୍ନଟ: ୩୪୨୧ ଆରୋଗ୍ୟ

ମାଲକାନଗିରି, ଏନ୍ଏନ୍ଏସ୍: ମାଲକାନଗିରି ଜିଲ୍ଲାରେ ଦିନକୁ ଦିନ କରୋନା ସଂକ୍ରମିତଙ୍କ ସଂଖ୍ୟା ବୃଦ୍ଧି ପାଉଥିବା ବେଳେ ଆଜି ପୁଣି ୬୭ ଜଣ ଚିହ୍ନଟ ହୋଇଛନ୍ତି। ଫଳରେ ଜିଲ୍ଲାରେ ଆକ୍ରାନ୍ତଙ୍କ ସଂଖ୍ୟା ୩୮୮୨ କୁ ବୃଦ୍ଧି ପାଇଛି। ଆଜିର ଚିହ୍ନଟଙ୍କ ମଧ୍ୟରେ ମାଲକାନଗିରି ପୌର ପରିଷଦ ଅଞ୍ଚଳର ୧୬ ଜଣ, ବାଲିମେଳା ଏନ୍ଏସିର ୫ ଜଣ, ମାଥିଲି ବ୍ଲକର ୨ ଜଣ, ମାଲକାନଗିରି ବ୍ଲକର ୧୧ ଜଣ, କୋରୁକୋଣ୍ଡା ବ୍ଲକର ୯ ଜଣ, ଖଇରପୁଟ ବ୍ଲକର ଜଣେ, କାଲିମେଳା ବ୍ଲକର ୧୩ ଜଣ, ପଡ଼ିଆ ବ୍ଲକର ଜଣେ ଓ ଚିତ୍ରକୋଣ୍ଡା ବ୍ଲକର ୯ ଜଣ ଚିହ୍ନଟ ହୋଇଛନ୍ତି। ଆକ୍ରାନ୍ତଙ୍କ ମଧ୍ୟରେ ୧୮ ଜଣ ପୂର୍ବ ଆକ୍ରାନ୍ତଙ୍କ ସଂସ୍ପର୍ଶରେ ଆସିଥିବାବେଳେ ୨୨ ଜଣ କ୍ଲିନିକରୁ ସ୍ଥାନାନ୍ତିରୀତ ହୋଇଛନ୍ତି। ସେହିଭଳି ୨୭ ଜଣ ସର୍ଭେ ବେଳେ ଚିହ୍ନଟ ହୋଇଥିବା ମାଲକାନଗିରି ଜିଲ୍ଲାପାଳ ମନୀଷ ଅଗ୍ରୱାଲ ଟ୍ୱିଟ ଯୋଗେ ସୂଚନା ଦେଇଛନ୍ତି। ସୂଚନା ଯୋଗ୍ୟ , ବର୍ତ୍ତମାନ ସୁଦ୍ଧା ଜିଲ୍ଲାରେ ୩୮୮୨ ଜଣ ଆକ୍ରାନ୍ତଙ୍କ ମଧ୍ୟରୁ ୧୨ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ୩୪୨୧ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି ଓ ୪୪୯ ଜଣ ଚିକିତ୍ସାଧୀନ ଅଛନ୍ତି।