ବରଗଡ଼,ଏନ୍ଏନ୍ଏସ୍: ସୋମବାର ବରଗଡ଼ ଜିଲ୍ଲାରେ ପୁଣି ୧୪୮ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ନେଇ ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀଙ୍କ ସୂତ୍ରରୁ ଜଣାପଡ଼ିଛି। ଏହାକୁ ମିଶାଇ ଜିଲ୍ଲାରେ ମୋଟ ଆକ୍ରାନ୍ତ ସଂଖ୍ୟା ୬୯୧୭ ରେ ପହଞ୍ଚିଛି । ସେମାନଙ୍କ ମଧ୍ୟରୁ ୫୯୪୮ ଜଣ ସୁସ୍ଥ ହୋଇଥିବା ବେଳେ ୯୫୬ ଜଣ ଚିକିତ୍ସିତ ହେଉଛନ୍ତି ଏବଂ ୧୩ ଜଣଙ୍କ ମୃତ୍ୟୁ ଘଟିଥିବା ଜଣାପଡ଼ିଛି । ଆଜି ଆକ୍ରାନ୍ତ ମଧ୍ୟରେ ବରଗଡ଼ ପୌରାଞ୍ଚଳରୁ ୨୬, ବରଗଡ଼ ବ୍ଲକରୁ ୧୩ , ବରପାଲି ବ୍ଲକରୁ ୨ , ବରପାଲି ଏନଏସିରୁ ଜଣେ, ଭଟଲି ବ୍ଲକରୁ ୨୨ ଜଣ, ବିଜେପୁର ବ୍ଲକରୁ ୧୪ ଜଣ, ଭେଡେନ ବ୍ଲକରୁ ୮ ଜଣ, ଅତାବିରା ଏନଏସିରୁ ୬ ଜଣ, ଅତାବିରା ବ୍ଲକରୁ ୧୪ ଜଣ, ପଦ୍ମପୁର ଏନଏସିରୁ ୮ ଜଣ, ପଦ୍ମପୁର ବ୍ଲକରୁ ୪ ଜଣ, ସୋହେଲା ବ୍ଲକରୁ ୧୬ ଜଣ , ଅମ୍ବାଭୋନା ବ୍ଲକରୁ ୧୧ ଜଣ , ପାଇକମାଲ ବ୍ଲକରୁ ଜଣେ, ଝାରବନ୍ଧ ବ୍ଲକରୁ ଜଣେ ଏବଂ ଅନ୍ୟ ଜିଲ୍ଲାର ଜଣେ ଚିହ୍ନଟ ହୋଇଥିବା ଜଣାପଡ଼ିଛି।