ପୁରୀ,ଏନ୍ଏନ୍ଏସ୍: ପୁରୀ ବାସେଳି ସାହି ଥାନା ପୁଲିସ ନିଶା କାରବାର କରୁଥିବା ଏକ ବଡ଼ ଧରଣର ଗ୍ୟାଙ୍ଗକୁ ଧରିବାରେ ସକ୍ଷମ ହୋଇଛି। ଅଭିଯୁକ୍ତମାନେ ମଙ୍ଗଳାଘାଟ ଛକ ନିକଟରେ ଗାଡ଼ି ଯାଞ୍ଚ କରିବା ସମୟରେ ଏକ କଳା ରଙ୍ଗର ପଲସର ଓ ଏକ ଟାଟା ସଫାରି ଗାଡ଼ି ପୁରୀ ଅଭିମୁଖେ ଯାଉଥିଲା। ସେହି ଗାଡ଼ିକୁ ପୁଲିସ ଅଟକାଇ ଯାଞ୍ଚ କରୁଥିବା ବେଳେ ସେଥିରୁ ୨୭୩ ଗ୍ରାମ ବ୍ରାଉନସୁଗର ମିଳିଥିଲା। ଯାହାର ଦାମ ୨୭ ଲକ୍ଷରୁ ଅଧିକ ହେବ ବୋଲି ଅନୁମାନ ହେଉଛି।
ସୂଚନା ଅନୁସାରେ କାରରେ ୭ ଜଣ ଓ ବାଇକରେ ୨ ଜଣ ଥିଲେ। ସେମାନଙ୍କ ମଧ୍ୟରୁ ୩ ଜଣ ଖସି ପଳାଇବାରେ ସଫଳ ହୋଇଥିଲେ। ଅନ୍ୟ ଗିରଫ ଅଭିଯୁକ୍ତମାନେ ହେଲେ ଖୋର୍ଦ୍ଧା ସହରର ଅନିଲ ବରାଳ, କୃଷ୍ଣଚନ୍ଦ୍ର ଭୁଜବଳ, ସୋମନାଥ ଭୁଜବଳ, ପୁରୀ ନରେନ୍ଦ୍ର କୋଣ ଅଞ୍ଚଳର ବାବୁନା ନାଏକ, ବାରବାଟୀର ବଳରାମ ଭୋଇ ଓ ପୁରୀ ଗୋଖା ସାହିର ବାବୁନା ବେହେରା।
ଅଭିଯୁକ୍ତ ଅନିଲ ବରାଳ ନିକଟକରୁ ଏକ ପିସ୍ତଲ ଓ ଏକ ଜୀବନ୍ତ ଗୁଳି ଜବତ ହୋଇଛି।