ପାତାଳୀ ନଦୀରେ ବୁଡି ଶିଶୁ ମୃତ

କୋରାପୁଟ,ଏନ୍ଏନ୍ଏସ୍: ନନ୍ଦପୁର ବ୍ଲକ୍ ପାଡୁଆ ଥାନା ପୁଜାରୀପୁଟ ଗ୍ରାମରେ ପାତାଳୀ ନଦୀରେ ବୁଡି ଜଣେ ୨ ବର୍ଷର ଶିଶୁ ମୃତ୍ୟୁ ବରଣ କରିଛି। ପୁଜାରୀପୁଟର ସଦନ ଖରାଙ୍କ ସ୍ତ୍ରୀ ୨ ବର୍ଷର ପୁଅ ମଙ୍ଗରାଜକୁ ନେଇ ନଦୀକୁ ଲୁଗା ସଫା କରିବାକୁ ଯାଇଥିଲେ। ସେ ଲୁଗା ସଫା କରୁଥିବାବେଳେ ପୁଅ ମଙ୍ଗରାଜ ପାଣିରେ ଖେଳୁ ଖେଳୁ ବୁଡି ଯାଇଥିଲା। ପୁଅକୁ ନପାଇ ପାଟି କରିବା ପରେ ଖୋଜା ଖୋଜି କରିଥିଲେ। କିଛି ସମୟ ପରେ ପୁଅର ମୃତଦେହ ନଦୀରୁ ମିଳିଥିଲା। ପରେ ପାଡୁଆ ପୁଲିସ ଘଟଣାସ୍ଥଳରେ ପହଞ୍ଚି ଏକ ଅପମୃତ୍ୟୁ ମାମଲା ନଂ-୧୧/୨୦ ରୁଜୁ କରି ତଦନ୍ତ କରୁଛି। ପ୍ରଶାସନ ତରଫରୁ ନନ୍ଦପୁର ତହସିଲଦାର ନରସିଂହ ଗାଦବା ରେଡକ୍ରସ୍ ପାଣ୍ଠିରୁ ୧୦ ହଜାର ଟଙ୍କା ସହାୟତା ଯୋଗାଇ ଦେଇଛନ୍ତି।