ଭବାନୀପାଟଣା,ଏନ୍ଏନ୍ଏସ୍ କଳାହାଣ୍ଡି ଜିଲ୍ଲାରେ ଇନ୍ଦ୍ରାବତୀ ପ୍ରକଳ୍ପ ଶିଳାନ୍ୟାସର ୪୩ ବର୍ଷ ଓ ବିଦ୍ୟୁତ ଉତ୍ପାଦନର ୨୦ ବର୍ଷ ପରେ ଅକ୍ଟୋବର ୨ ତାରିଖ ଗାନ୍ଧୀ ଜୟନ୍ତୀ ଦିନ ନୂତନ ନିର୍ମିତ ଜୟପାଟଣା ବ୍ଲକର ବାନେର ୨୨୦/୧୩୨/୩୩ କେଭି ବିଦ୍ୟୁତ ଗ୍ରୀଡ୍କୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭିଡିଓ କନ୍ଫରେନ୍ସିଂ ମାଧ୍ୟମରେ ଲୋକାର୍ପଣ କରି ଅଉ ଏକ ଅଧ୍ୟାୟ ସୃଷ୍ଟି କରିଛନ୍ତି । ଏହାଦ୍ୱାରା କଳାହାଣ୍ଡି ଜିଲ୍ଲାର ଜୟପାଟଣା, କୋକସରା ଓ କଲମପୁର ବ୍ଲକର ୧୨୦ ଟି ଗ୍ରାମର ୩୦ ହଜାର ବିଦ୍ୟୁତ ଗ୍ରାହକ ସିଧାସଳଖ ଇନ୍ଦ୍ରାବତୀ ବିଦ୍ୟୁତ ପ୍ରକଳ୍ପରୁ ବିଜୁଳି ପାଇପାରିବେ । ଏହି ପ୍ରକଳ୍ପ କାର୍ଯ୍ୟକାରୀ ହେଲେ କଳାହାଣ୍ଡି ଜିଲ୍ଲା ଅତିରିକ୍ତ ଭାବେ ଇନ୍ଦ୍ରାବତୀ ବିଦ୍ୟୁତ କେନ୍ଦ୍ରରୁ ଉତ୍ପନ୍ନ ବିଦ୍ୟୁତକୁ ବ୍ୟବହାର କରାଯିବା ସହିତ କୃଷି, ଜଳସେଚନ ଓ ଆନୁଷଙ୍ଗିକ କ୍ଷେତ୍ରରେ କଳାହାଣ୍ଡିର ଅର୍ଥନୈତିକ ଅଭିବୃଦ୍ଧି କ୍ଷେତ୍ରରେ କଳାହାଣ୍ଡି ଆଉଏକ ପାଦ ଆଗକୁ ବଢ଼ିବାର ଶୁଭାରମ୍ଭ ହେବା ସହିତ କଳାହାଣ୍ଡିର ସାମୂହିକ ବିକାଶ ଉପରେ ସବୁବେଳେ ରାଜ୍ୟ ସରକାର ଅହରହ ଉଦ୍ୟମ କରିଆସୁଛନ୍ତି ବୋଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବୋଲି ପ୍ରକାଶ କରିଛନ୍ତି ।
ଏହି ଭିଡିଓ କନ୍ଫରେନ୍ସିଂ ମାଧ୍ୟମରେ ଲୋକାର୍ପଣ କରି ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ ପ୍ରକାଶ କରିଥିଲେ ଯେ, ଏହି ୩ ଟି ଶକ୍ତି ପ୍ରକଳ୍ପ ଦ୍ୱାରା କଳାହାଣ୍ଡି ଜିଲ୍ଲାର ଜୟପାଟଣା, କୋକସରା ଓ କଲମପୁର ଅଞ୍ଚଳବାସୀ ଉପକୃତ ହେବେ । ଲୋକମାନଙ୍କୁ ଉନ୍ନତ ମାନର ବିଶ୍ୱସନୀୟ ଓ ନିରବଚ୍ଛିନ୍ନ ବିଦ୍ୟୁତ ସେବା ମିଳିପାରିବ । ଏହା ଦ୍ୱାରା ଜିଲ୍ଲାରେ ପାୱାର କଟ୍ ସମସ୍ୟା ଦୂର ହେବ ଏବଂ ଚାଷୀ, ମହିଳା ଏବଂ ଛାତ୍ରଛାତ୍ରୀମାନେ ଉପକୃତ ହେବେ । ଏହି ସେବା ଆଗାମୀ ଦିନରେ ଅନ୍ୟ ବ୍ଲକକୁ ସଂପ୍ରସାରଣ କରାଯାଇ ୪୭ କିମି ଦୀର୍ଘ ଆଉ ଏକ ୧୩୨ କେଭି ଡବଲ୍ ସାକେଟ୍ ଲାଇନ୍ ଜୁନାଗଡ଼କୁ ସମ୍ପ୍ରସାରଣ କରାଯିବ । କଳାହାଣ୍ଡି ଜିଲ୍ଲାର ଜୟପାଟଣା ବ୍ଲକସ୍ଥିତ ବାନେର ଠାରେ ଅନୁଷ୍ଠିତ ଉଦ୍ଘାଟନୀ ସଭାରେ ଜୁନାଗଡ଼ ବିଧାୟକ କ୍ୟାପଟେନ୍ ଦିବ୍ୟଶଙ୍କର ମିଶ୍ରଙ୍କ କଳାହାଣ୍ଡି ଜିଲ୍ଲାର ଜୟପାଟଣା, କୋକସରା ଓ କଲମପୁର ବ୍ଲକର ୧୨୦ ଟି ଗ୍ରାମର ୩୦ ହଜାର ବିଦ୍ୟୁତ ଗ୍ରାହକ ସିଧାସଳଖ ଇନ୍ଦ୍ରାବତୀ ବିଦ୍ୟୁତ ପ୍ରକଳ୍ପରୁ ବିଜୁଳି ପାଇ ପାରିଲେ । ଏହି ପ୍ରକଳ୍ପ କାର୍ଯ୍ୟକାରୀ ହେବା ଫଳରେ କଳାହାଣ୍ଡି ଜିଲ୍ଲା ଅତିରିକ୍ତ ଭାବେ ଇନ୍ଦ୍ରାବତୀ ବିଦ୍ୟୁତ କେନ୍ଦ୍ରରୁ ଉତ୍ପନ୍ନ ବିଦ୍ୟୁତକୁ ବ୍ୟବହାର କରାଯିବା ସହିତ କୃଷି, ଜଳସେଚନ ଓ ଆନୁଷଙ୍ଗିକ କ୍ଷେତ୍ରରେ କଳାହଣ୍ଡିର ଅର୍ଥନୈତିକ ଅଭିବୃଦ୍ଧି କ୍ଷେତ୍ରରେ କଳାହାଣ୍ଡି ଆଉଏକ ପାଦ ଆଗକୁ ବଢ଼ିବାର ଶୁଭାରମ୍ଭ ହୋଇପାରିଛି । ଏହା ଦ୍ୱାରା କଳାହାଣ୍ଡିର ସାମୂହିକ ବିକାଶ ଉପରେ ସବୁବେଳେ ରାଜ୍ୟ ସରକାର ଅହରହ ଉଦ୍ୟମ କରୁଛନ୍ତି । ଏହା ଦ୍ୱାରା ଜିଲ୍ଲାର ଜଳସେଚନ ଆହୁରି ଅଧିକ ବିକଶିତ ହେବା ସହିତ ୩୩ କେଭିର ବିଦ୍ୟୁତ ସଂଯୋଗର ୨ ଟି ମେଗା ଲିଫ୍ଟ ପଏଣ୍ଟକୁ ମଧ୍ୟ ବିଦ୍ୟୁତ ସଂଯୋଗ ହୋଇପାରିବ । ସେହିପରି ବିରୋଧୀ ଦଳ ନେତା ତଥା ଭବାନୀପାଟଣା ବିଜେପି ବିଧାୟକ ପ୍ରଦୀପ୍ତ ନାଏକ ପ୍ରକାଶ କରିଥିଲେ ଯେ, ଇନ୍ଦ୍ରାବତୀ ପ୍ରକଳ୍ପରେ କଳାହାଣ୍ଡିର ଅର୍ଥନୈତିକ ବିକାଶ ଆସିଛି । ବାମ କେନାଲ ତିଆରି ହେବା ପରେ କଳାହାଣ୍ଡି ଜିଲ୍ଲା ରାଜ୍ୟରେ ଧାନ ଉତ୍ପାଦନର ନୂଆ ଇତିହାସ ସୃଷ୍ଟି କରିପାରିଛି । ତୁରନ୍ତ ଦକ୍ଷିଣ କେନାଲ ନିର୍ମାଣ ସମାପ୍ତ କରିବା ପାଇଁ ସେ ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ ଦେଇଥିଲେ ।
ଭୁବନେଶ୍ୱରରେ ଏହି ଭିଡିଓ କନ୍ଫରେନ୍ସିଂ କାର୍ଯ୍ୟକ୍ରମରେ ନର୍ଲା ବିଧାୟକ ଭୂପିନ୍ଦର ସିଂହ ଯୋଗଦେଇଥିବା ବେଳେ ରାଜ୍ୟ ସରକାରଙ୍କ ଶକ୍ତି ବିଭାଗର ପ୍ରମୁଖ ଶାସନ ସଚିବ ନିକୁଞ୍ଜବିହାରୀ ଧଳ ସ୍ୱାଗତ ଭାଷଣ ଦେଇଥିବା ବେଳେ ଓପିଟିସିଏଲ୍ ଚେୟାରମୟାନ୍ ସୌରଭ ଗର୍ଗ ଉଦ୍ଘାଟନୀ ଭାଷଣ ଦେଇଥିଲେ । ସେହିପରି ବାନେର ଠାରେ ଉଦ୍ଘାଟନୀ କାର୍ଯ୍ୟକ୍ରମର ଶକ୍ତିମନ୍ତ୍ରୀ କ୍ୟାପଟେନ୍ ଦିବ୍ୟଶଙ୍କର ମିଶ୍ରଙ୍କ ସମେତ ଧର୍ମଗଡ଼ ବିଧାୟକ ମୌଷଧି ବାଗ, ଲାଞ୍ଜିଗଡ଼ ବିଧାୟକ ପ୍ରଦୀପ କୁମାର ଦିଶାରି, କଳାହାଣ୍ଡି ଜିଲ୍ଲାପାଳ ଡା. ଗାଭାଲି ପରାଗ ହର୍ଷଦ, ଏସ୍ପି ବାତୁଲା ଗଙ୍ଗାଧର, ପୂର୍ବତନ ଭବାନୀପାଟଣା କେନ୍ଦ୍ରୀୟ ସମବାୟ ବ୍ୟାଙ୍କ ସଭାପତି ଜିତେନ୍ଦ୍ର ନାରାୟଣ ସିଂଦେଓ, ପୂର୍ବତନ ଭବାନୀପାଟଣା ବିଧାୟକ ଦୁଷ୍ମନ୍ତ ନାଏକ, ଧର୍ମଗଡ଼ ଉପଜିଲ୍ଲାପାଳ, କଳାହାଣ୍ଡି ୱେକ୍ସୋ ସୁପରିଣ୍ଟେଣ୍ଡେଣ୍ଟ ଇଞ୍ଜିନିୟର ଧନଞ୍ଜୟ ରଣା, କଳାହାଣ୍ଡି ପଶ୍ଚିମ ଡିଭିଜନ ନିର୍ବାହୀ ଯନ୍ତ୍ରୀ ଲୋକନାଥ ଦାଶ ଏବଂ ଓପିଟିସିଏଲ୍ ର ଅଧିକାରୀ ମାନେ ଯୋଗଦେଇଥିଲେ । ସେହିପରି ଭବାନୀପାଟଣା ଠାରେ ଭିଡିଓ କନ୍ଫରେନ୍ସିଂ କାର୍ଯ୍ୟକ୍ରମରେ ଅତିରିକ୍ତ ଜିଲ୍ଲାପାଳ ଶରତଚନ୍ଦ୍ର ଶ୍ରୀଚନ୍ଦନ, ଜିଲ୍ଲାପରିଷଦ ଅଧ୍ୟକ୍ଷା ଶ୍ରୀମତୀ ନମିତା ସାହୁ, ୱେସ୍କୋ ସୁପରିଣ୍ଟେଣ୍ଡେଣ୍ଟଣ୍ଟ ଇଞ୍ଜିନିୟର (ଏମ୍ଆର୍ଟି) ଦେବଦତ୍ତ ଭୋଇ, ଏସ୍ଡିଓ ନକଟିଗୁଡ଼ା ବିନାୟକ ରାଉତ ପ୍ରମୁଖ ଯୋଗଦେଇଥିଲେ ।