ଭୁବନେଶ୍ୱର,ଏନ୍ଏନ୍ଏସ୍: ଆଜି ରାଜ୍ୟରେ ପୁଣି କରୋନା ସୁସ୍ଥଙ୍କ ସଂଖ୍ୟା ୪ ହଜାରରୁ ଊଦ୍ଧ୍ୱର୍ ରହିଛି। ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗର ସୂଚନା ଅନୁସାରେ ଆଜି ରାଜ୍ୟରେ ୪୦୪୮ ଜଣ କରୋନା ରୋଗୀ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ଏଥିସହିତ ମୋଟ କରୋନା ସୁସ୍ଥ ସଂଖ୍ୟା ୧ ଲକ୍ଷ ୯୪ ହଜାର ୧୨୮ରେ ପହଞ୍ଚିଛି। ଏହି ମଧ୍ୟରେ ଆଜି ସର୍ବାଧିକ ଖୋର୍ଦ୍ଧା ଜିଲ୍ଲାରୁ ୬୮୩ ଜଣ ସୁସ୍ଥ ହୋଇଥିବା ବେଳେ କଟକରୁ ୪୬୬ ଜଣ ଓ ଷ୍ଟେଟପୁଲରୁ ୩୧୩ ଜଣ ସୁସ୍ଥ ହୋଇଥିବା ଜଣାପଡ଼ିଛି।
ସେହିପରି ଅନ୍ୟ କରୋନା ସୁସ୍ଥଙ୍କ ମଧ୍ୟରେ ପୁରୀରୁ ୧୯୫, ଯାଜପୁରରୁ ୧୭୬, ଅନୁଗୁଳରୁ ୧୬୭, କନ୍ଧମାଳରୁ ୧୪୬, କେନ୍ଦ୍ରାପଡ଼ାରୁ ୧୪୨, ନବରଙ୍ଗପୁରରୁ ୧୩୩, ଜଗତସିଂହପୁରରୁ ୧୩୦, ଭଦ୍ରକରୁ ୧୧୮, ବାଲେଶ୍ୱରରୁ ୧୧୫, ସମ୍ବଲପୁରରୁ ୧୧୧, ମୟୂରଭଞ୍ଜରୁ ୧୦୮, କେନ୍ଦୁଝରରୁ ୧୦୭, ବରଗଡ଼ରୁ ୧୦୬, ନୂଆପଡ଼ାରୁ ୧୦୧, ରାୟଗଡ଼ାରୁ ୯୯, ସୁନ୍ଦରଗଡ଼ରୁ ୯୮, ଝାରସୁଗୁଡ଼ାରୁ ୮୧, କୋରାପୁଟରୁ ୬୪, ସୋନପୁରରୁ ୬୧, କଳାହାଣ୍ଡିରୁ ୫୩, ମାଲକାନଗିରିରୁ ୪୮, ନୟାଗଡ଼ରୁ ୪୬, ବଲାଙ୍ଗିରରୁ ୪୫, ଗଞ୍ଜାମରୁ ୩୯, ବୌଦ୍ଧରୁ ୩୫, ଢ଼େଙ୍କାନାଳରୁ ୩୩, ଦେବଗଡ଼ରୁ ୧୬ ଓ ଗଜପତିରୁ ୧୩ ଜଣ ରହିଛନ୍ତି।