ପାଟଣା,ଏନ୍ଏନ୍ଏସ୍: କେନ୍ଦୁଝର ଜିଲ୍ଲା ପାଟଣା ଅବକାରୀ ବିଭାଗ ପକ୍ଷରୁ ଶୁକ୍ରବାର ଦିନ କେନ୍ଦୁଝର ଜିଲ୍ଲା ପାଟଣା ଅବକାରୀ ଅଧୀକ୍ଷକ ଦିଲ୍ଲୀପ କୁମାର ତାଣ୍ଡିଙ୍କ ନେତୃତ୍ୱରେ ତୁରୁମୁଙ୍ଗା ଥାନା ଓ ଘଟଗାଁ ଥାନା ଅନ୍ତର୍ଗତ ବିଭିନ୍ନ ସ୍ଥାନରେ ଚଢ଼ଉ କରାଯାଇଛି। ଏହି ପରିପ୍ରେକ୍ଷୀରେ ବିପୁଳ ଦେଶୀ ମହୁଲି ମଦ ସହିତ ମଦ ପ୍ରସ୍ତୁତି ସାମଗ୍ରୀ ଜବତ କରିବା ସହ ୪ ଜଣ ମହିଳାଙ୍କୁ ଗିରଫ କରାଯାଇ କୋର୍ଟ ଚାଲାଣ କରାଯାଇଛି।
ଗିରଫ ୪ ଜଣ ମହିଳା ହେଲେ କନ୍ଦେଇପଶି ଗ୍ରାମର ଉର୍ମିଳା ବେହେରା, ଗମ୍ଭାରୀଆ ଗ୍ରାମର ତୁଳସୀ ମୁଣ୍ଡା, ପୁରଣାପାଣି ଗ୍ରାମର ବାସନ୍ତୀ ମାଝୀ ଓ ନୂଆପଡ଼ା ଗ୍ରାମର ରାଇମଣି ମାଝୀ। ଏମାନଙ୍କ ପାଖରୁ ମଦ ପ୍ରସ୍ତୁତ ପାଇଁ ଥିବା ୧୪୦୦ କିଲୋଗ୍ରାମ ମହୁଲ ପୋଚ ସହ ୭୫ ଲିଟର ଦେଶୀ ମହୁଲି ମଦ ଜବତ ହୋଇଛି। ଏହି ଚଢ଼ଉରେ ପାଟଣା ଅବକାରୀ ବିଭାଗର କର୍ମଚାରୀମାନେ ମଧ୍ୟ ସାମିଲ ଥିଲେ।