ଝାରସୁଗୁଡ଼ା,ଏନ୍ଏନ୍ଏସ୍: ଝାରସୁଗୁଡ଼ା ଜିଲ୍ଲାରେ ପୁଣି ୪୧ଜଣ ନୂଆ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ସେଥିମଧ୍ୟରୁ ଝାରସୁଗୁଡ଼ା ପୌରପରିଷଦ ଅଞ୍ଚଳରୁ ୧୭ଜଣ, ଲଖନପୁର ଓ ଲଇକେରା ବ୍ଲକ ଅଞ୍ଚଳରୁ ୬ଜଣ ଲେଖାଏଁ, ବେଲପାହାଡ଼ ପୌରପରିଷଦ ଅଞ୍ଚଳ ଓ ଝାରସୁଗୁଡ଼ା ବ୍ଲକରୁ ୪ଜଣ ଲେଖାଏଁ, ବ୍ରଜରାଜନଗର ପୌରପରିଷଦ ଅଞ୍ଚଳ ଓ କୋଲାବିରା ବ୍ଲକରୁ ଜଣେ ଲେଖାଏଁ ରହିଛନ୍ତି। ଏହି ଆକ୍ରାନ୍ତମାନେ ପୂର୍ବ ଆକ୍ରାନ୍ତଙ୍କ ସଂସ୍ପର୍ଶରେ ଆସି ଗୃହ ସଙ୍ଗରୋଧରେ ଥିବାବେଳେ ଝାରସୁଗୁଡ଼ାର ଆଉ ୨ଜଣ ବ୍ୟକ୍ତି ଅନ୍ୟ ଜିଲ୍ଲାର ହସ୍ପିଟାଲରେ ପଜିଟିଭ ଚିହ୍ନଟ ହୋଇଥିବା ଜିଲ୍ଲା ପ୍ରଶାସନ ପକ୍ଷରୁ ସୂଚନା ମିଳିଛି।
ସୂଚନାଯୋଗ୍ୟ, ଜିଲ୍ଲାରେ ବର୍ତ୍ତମାନ ସୁଦ୍ଧା ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୪,୬୧୧ରେ ପହଞ୍ଚିଛି। ସେଥିମଧ୍ୟରୁ ୩,୯୪୭ ଜଣ ସୁସ୍ଥ ହୋଇଛନ୍ତି ଓ ୬୬୨ ଜଣଙ୍କ ଚିକିତ୍ସା ଜାରି ରହିଛି।