ରାୟଗଡ଼ା,ଏନ୍ଏନ୍ଏସ୍: ରାୟଗଡ଼ା ସିଆରପିଏଫ୍ ୪ର୍ଥ ବାଟାଲିୟନ୍ ପକ୍ଷରୁ ଫିଟ୍ ଇଣ୍ଡିଆ ଗଣଦୌଡ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ପୁରୁଣା ପୁଲିସ୍ ରିଜର୍ଭ ପଡିଆରୁ ଆରମ୍ଭ ହୋଇଥିବା ଏହି ଗଣଦୌଡ଼ରେ ବାରିଝୋଲା ପର୍ଯ୍ୟନ୍ତ ଯାଇ ପୁଣି ରିଜର୍ଭ ପଡିଆକୁ ଫେରିଥିଲା। ଏଥିରେ ସିଆରପିଏଫର ଯବାନ, ସାଧାରଣ ଜନତା ଓ ଗଣମାଧ୍ୟମ ପ୍ରତିନିଧି ସାମିଲ ଥିଲେ। ଗଣଦୌଡ଼କୁ ୪ର୍ଥ ବାଟାଲିୟନ୍ କମାଣ୍ଡାଣ୍ଟ୍ ୱାଇ.କେ. ରାଜପୂତ ଉଦଘାଟନ କରିବା ସହ ଯେ କୌଣସି ସ୍ଥାନ ଓ ସମୟରେ ଶାରୀରିକ ଯୋଗ୍ୟତାକୁ ଏକ ଦୈନନ୍ଦିନ ପ୍ରୋତ୍ସାହନ କରିବା ଏବଂ ଆମେ ସୁସ୍ଥ ହେଲେ ରାୟଗଡ଼ା ସୁସ୍ଥ ହେବ ବୋଲି ସଚେତନତା ବାର୍ତ୍ତା ଦେଇଥିଲେ।
ସେହିପରି ସେକେଣ୍ଡ ଇନ୍ କମାଣ୍ଡାଣ୍ଟ୍ ଏସ.କେ. ଠାକୁର, ମିତୁ ରାୟ, ଡେପୁଟି କମାଣ୍ଡାଣ୍ଟ୍ ସନ୍ତୋଷ କୁମାରଙ୍କ ସମେତ ଅନ୍ୟ ଅଧିକାରୀ ଉପସ୍ଥିତ ଥିଲେ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଅଗଷ୍ଟ ୨୯ ତାରିଖରେ ଜାତୀୟ ସ୍ତରରେ ଫିଟ୍ ଇଣ୍ଡିଆ ମୁଭମେଣ୍ଟର ଶୁଭାରମ୍ଭ କରିଥିଲେ। କେନ୍ଦ୍ର ଗୃହ ମନ୍ତ୍ରଣାଳୟର ନିର୍ଦ୍ଦେଶରେ ସେପ୍ଟେମ୍ବର ୨ ତାରିଖରୁ ଅକ୍ଟୋବର ୨ ତାରିଖ ପର୍ଯ୍ୟନ୍ତ ଫିଟ୍ ଇଣ୍ଡିଆ- ଫ୍ରିଡମ୍ ଇଣ୍ଡିଆ କାର୍ଯ୍ୟକ୍ରମ ଚାଲିବ। ସିଆରପିଏଫ ଯବାନ ଦୈନିକ ୫-୧୦ କିଲୋମିଟର ଦୌଡୁଛନ୍ତି।