ମାଲକାନଗିରିରୁ ପୁଣି ୨୯ ଆକ୍ରାନ୍ତ ଚିହ୍ନଟ: ସଂଖ୍ୟା ୩,୫୬୫କୁ ବୃଦ୍ଧି

ମାଲକାନଗିରି,ଏନ୍ଏନ୍ଏସ୍: ମାଲକାନଗିରି ଜିଲ୍ଲାରେ ପୁଣି ୨୯ ଜଣ କରୋନାରେ ସଂକ୍ରମିତ ହୋଇଛନ୍ତି। ଫଳରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୩,୫୬୫କୁ ବୃଦ୍ଧି ପାଇଛି।

ଆଜି ଚିହ୍ନଟ ହୋଇଥିବା ଆକ୍ରାନ୍ତଙ୍କ ମଧ୍ୟରେ ମାଲକାନଗିରି ପୌର ପରିଷଦ ଅଞ୍ଚଳରୁ ୧୬ଜଣ, କାଲିମେଳା ବ୍ଲକରୁ ୫ଜଣ, ମାଥିଲି ବ୍ଲକରୁ ୩ଜଣ, ବାଲିମେଳା ଏନଏସି, ମାଲକାନଗିରି ବ୍ଲକ, କୋରୁକୋଣ୍ଡା ବ୍ଲକ, ଖଇରପୁଟ ବ୍ଲକ ଓ ପଡ଼ିଆ ବ୍ଲକରୁ ଜଣେ ଲେଖାଏଁ ରହିଛନ୍ତି। ଆକ୍ରାନ୍ତଙ୍କ ମଧ୍ୟରେ ୭ଜଣ ପୂର୍ବ ଆକ୍ରାନ୍ତଙ୍କ ସଂସ୍ପର୍ଶରେ ଆସିଥିବାବେଳେ ୯ଜଣ କ୍ଲିନିକରୁ ଚିହ୍ନଟ ହୋଇଛନ୍ତି। ସେହିପରିି ୧୩ଜଣ ଘରେ ଘରେ ସର୍ଭେ ବେଳେ ସଂକ୍ରମିତ ହୋଇଥିବା ଜିଲ୍ଲାପାଳ ମନୀଷ ଅଗ୍ରୱାଲ ଟ୍ୱିଟ୍ ଯୋଗେ ସୂଚନା ଦେଇଛନ୍ତି।

ସୂଚନାଯୋଗ୍ୟ, ଜିଲ୍ଲାରେ ବର୍ତ୍ତମାନ ସୁଦ୍ଧା ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୩,୫୬୫ ହୋଇଥିବାବେଳେ ୧୧ଜଣଙ୍କର ମୃତ୍ୟୁ ଘଟିଛି। ଅନ୍ୟପଟେ ୩,୧୭୪ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି ଓ ୩୮୦ ଜଣ ଚିକିତ୍ସିତ ହେଉଛନ୍ତି।