ଯୋଗୀ ଆଦିତ୍ୟନାଥଙ୍କୁ ହତ୍ୟାଧମକ ଦେଇ ଟ୍ରକ୍ ଡ୍ରାଇଭର ଗିରଫ

ଲକ୍ଷ୍ନୌ,ଏଜେନ୍ସି: ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କୁ ହତ୍ୟା ଧମକ ଦେଇଥିବା ମାମଲାର ଅଭିଯୁକ୍ତକୁ ଗିରଫ କରାଯାଇଛି। ବୁଧବାର ଉତ୍ତରପ୍ରଦେଶର ପୁଲିସ୍ ହେଲ୍ପଲାଇନ୍ ନମ୍ବର ୧୧୨କୁ ମୁଖ୍ୟମନ୍ତ୍ରୀ ଆଦିତ୍ୟନାଥଙ୍କ ନାମରେ ଅଶାଳୀନ ଭାଷାରେ ଗାଳିଗୁଲଜ ଏବଂ ହତ୍ୟା ଧମକପୂର୍ଣ୍ଣ ହ୍ୱାଟ୍ସଆପ୍ ମେସେଜ୍ ଆସିଥିଲା। ହଜରତଗଞ୍ଜ ପୁଲିସ ପକ୍ଷରୁ ଏ ସମ୍ବନ୍ଧରେ ମାମଲା ରୁଜୁ କରାଯାଇ ତଦନ୍ତ କରାଯାଇଥିଲା। ଏଥିରେ ଅଭିଯୁକ୍ତ ଥିବା ଟ୍ରକ୍ ଡ୍ରାଇଭର ଅମରପାଲକୁ ଶନିବାର ଗିରଫ କରାଯାଇଛି।