ବେଦାନ୍ତର ଜନ ଶୁଣାଣି ଘୁଞ୍ଚାଇବାକୁ ଦାବି କଲା ଜିଲ୍ଲା ବିଜେପି

ଝାରସୁଗୁଡ଼ା,ଏନ୍ଏନ୍ଏସ୍: ଝାରସୁଗୁଡ଼ା ବେଦାନ୍ତ ଆଲୁମିନିୟମର ସ୍ମେଲଟର ଉତ୍ପାଦନ କ୍ଷମତା ବୃଦ୍ଧି ପାଇଁ ଆସନ୍ତା ୩୦ ତାରିଖ ଦଲକି ପଞ୍ଚାୟତରେ ହେବାକୁ ଥିବା ଜନ ଶୁଣାଣିକୁ ଘୁଞ୍ଚାଇବା ପାଇଁ ଜିଲ୍ଲା ବିଜେପି ପକ୍ଷରୁ ଦାବି କରାଯାଇଛି। ଏନେଇ ବିଜେପି ପକ୍ଷରୁ ଜିଲ୍ଲାପାଳଙ୍କୁ ଏକ ଦାବିପତ୍ର ପ୍ରଦାନ କରାଯାଇଛି। ସେମାନଙ୍କ ପକ୍ଷରୁ କୁହାଯାଇଛି ଯେ, ଝାରସୁଗୁଡ଼ା ଜିଲ୍ଲାରେ କରୋନା ଦ୍ରୁତ ଗତିରେ ବୃଦ୍ଧି ପାଉଥିବାବେଳେ ଜନ ଶୁଣାଣି କିପରି ଭାବରେ ଆୟୋଜନ ହେବ। ଲୋକେ ଉପସ୍ଥିତ ହୋଇ ସେମାନଙ୍କ ମତ ଉପସ୍ଥାପନ କରିବାରେ ସମସ୍ୟା ସୃଷ୍ଟି ହେବ। ଏହାସହ ବେଦାନ୍ତର ଉତ୍ପାଦନ କ୍ଷମତା ବୃଦ୍ଧି ହେଲେ ଯେଉଁ ଅଞ୍ଚଳ ପ୍ରଭାବିତ ହେବ ସେଠାକାର ଲୋକଙ୍କୁ ପ୍ରଥମେ ଏ ବିଷୟରେ ପୁଙ୍ଖାନୁପୁଙ୍ଖ ଭାବରେ ଅବଗତ କରାଯାଉ ଏବଂ ପରେ ଜନ ଶୁଣାଣିର ଆୟୋଜନ କରାଯାଉ ବୋଲି ଜିଲ୍ଲା ବିଜେପି ପକ୍ଷରୁ ଦାବି କରାଯାଇଛି। ଏହି ଅବସରରେ ଦିନେଶ ଜେନ, ପ୍ରମୋଦ ସେନାପତି, ଗୋପାଳ ପଟେଲ, ତପନ ସ୍ୱାଇଁ, ଦିନେଶ ଉପାଧ୍ୟାୟ, ସୁଜିତ ସିଂ ଓ ବିକାଶ ଗୁରୁଙ୍ଗ ପ୍ରମୁଖ ଉପସ୍ଥିତ ଥିଲେ।