କରୋନାକୁ ହରାଇ ସାଂସଦ ଫେରିଲେ ନିଜ ବାସଭବନ

ଚନ୍ଦାହାଣ୍ଡି,ଏନ୍ଏନ୍ଏସ୍: ମାନ୍ୟବର ନବରଙ୍ଗପୁର ସାଂସଦ ରମେଶ ଚନ୍ଦ୍ର ମାଝୀ କରୋନାକୁ ହରାଇ ନିଜ ବାସଭବନକୁ ପ୍ରତ୍ୟାବର୍ତ୍ତନ କରିଛନ୍ତି। ଏନେଇ ଶ୍ରୀ ମାଝୀଙ୍କ ପ୍ରଶଂସକଙ୍କ ମଧ୍ୟରେ ଖୁସିର ଲହରୀ ଖେଳିଯାଇଛି। ଏନେଇ ଚନ୍ଦାହାଣ୍ଡି ବ୍ଲକ୍ ବିଜେଡିର ସମସ୍ତ କାର୍ଯ୍ୟକର୍ତ୍ତା ଏବଂ କର୍ମୀମାନେ ଶୁଭେଚ୍ଛା ଜଣାଇବା ସହ ବିଜେପି ଏବଂ କଂଗ୍ରେସ ଦଳର କର୍ମୀମାନେ ମଧ୍ୟ ଶୁଭେଚ୍ଛା ଜଣାଇଛନ୍ତି।

ପ୍ରକାଶ ଥାଉକି ଗତ ୪ତାରିଖରେ ନବରଙ୍ଗପୁର ସାଂସଦ ରମେଶ ଚନ୍ଦ୍ର ମାଝୀଙ୍କ ଠାରେ କରୋନା ଭୂତାଣୁ ଚିହ୍ନଟ ହୋଇଥିଲା। ଏହାପରେ ସେ ନିଜ ବାସଭବନ ଉମରକୋଟ ଠାରେ ହୋମ କ୍ୱାରେନ୍‌ଟାଇନରେ ଥିଲେ। ତେବେ ଗତ ୧୧ ତାରିଖରେ ତାଙ୍କ ସ୍ୱାସ୍ଥ୍ୟ ଅଧିକ ଖରାପ ହେବାରୁ ତାଙ୍କୁ ଭୁବନେଶ୍ବର ସମ୍ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ଆଜି ସେ ସମ୍ପୂର୍ଣ୍ଣ ଭାବରେ ସୁସ୍ଥ ହୋଇ ନିଜ ବାସଭବନକୁ ଫେରିଛନ୍ତି। ସମସ୍ତଙ୍କ ସ୍ନେହ, ଆଶୀର୍ବାଦ ଓ ଭଲପାଇବା ଯୋଗୁଁ ସେ କରୋନା ପରି ରୋଗକୁ ହରାଇ ପାରିଛନ୍ତି ବୋଲି ଶ୍ରୀ ମାଝୀ ଗଣମାଧ୍ୟମରେ ପ୍ରକାଶ କରିଛନ୍ତି।