ବାଘ ମୁଣ୍ଡ, ବାଘ ଛାଲ, ବାରହା ମାଂସ ସହ ବଜ୍ରକାପ୍ତା କାତି ଜବତ, ୩ ଅଟକ

ନୂଆପଡା,ଏନ୍ଏନ୍ଏସ୍: ନୂଆପଡ଼ା ଜିଲ୍ଲା ଟିପାଝର ଗାଁରେ ବନବିଭାଗ କର୍ମଚାରୀ ଚଢ଼ଉ କରି ଜଣେ ବ୍ୟକ୍ତିଙ୍କ ଘରୁ ବାଘ ମୁଣ୍ଡ, ବାଘ ଛାଲ, ବାରହା ମାଂସ ଓ ବଜ୍ରକାପ୍ତା କାତି ଜବତ କରିଛି। ଏଥିସହ ସମ୍ପୃକ୍ତ ଘଟଣାରେ ଟିପାଝର ଗ୍ରାମର ଜଣେ ମହିଳା ଏବଂ ଦୁଇ ଜଣ ଯୁବକଙ୍କୁ ବନବିଭାଗ ଅଟକ ରଖି ପଚରାଉଚୁରା କରୁଥିବା ଜଣାପଡ଼ିଛି।

ସେହିପରି ଘଟଣା ସ୍ଥଳରୁ ବିପୁଳ ପରିମାଣରେ ଧାରୁଆ ଅସ୍ତ୍ର, ବନ୍ୟ ପ୍ରାଣୀ ଧରିବା ପାଇଁ ବିଭିନ୍ନ ଫନ୍ଦା ମଧ୍ୟ ଜବତ ହୋଇଛି। ଏହି ଚଢ଼ଉରେ ଏସିଏଫ ଜୟରାମ ଶବର, ରେଞ୍ଜର ନୂଆପଡା ବନିତା ଭୋଇ, ଖରିଆର ରୋଡ଼ ରେଞ୍ଜର ନିରଞ୍ଜନ ମାଝୀ, ନୂଆପଡା ଫରେଷ୍ଟର ଗୋପାଳ ମହାନନ୍ଦ ସହ ଦୁଇ ବନବିଭାଗ କର୍ମଚାରୀ ସାମିଲ ଥିଲେ।