ଆଇପିଏଲର ଦ୍ୱିତୀୟ ମ୍ୟାଚ୍: ଆଜି କିଙ୍ଗ୍‌ସ ଏକାଦଶ ପଞ୍ଜାବ-ଦିଲ୍ଲୀ କ୍ୟାପିଟାଲ୍‌ସ ମୁକାବିଲା

ଦୁବାଇ,ଏଜେନ୍ସି: ଆଜି ଆଇପିଏଲ୍‌ର ଦ୍ବିତୀୟ ମ୍ୟାଚ କିଙ୍ଗ୍‌ସ ଏକାଦଶ ପଞ୍ଜାବ ଓ ଦିଲ୍ଲୀ କ୍ୟାପିଟାଲ୍‌ସ ମଧ୍ୟରେ ମ୍ୟାଚ୍‌ ଖେଳାଯିବ। ଏହି ମ୍ୟାଚଟି ଆଜି ସନ୍ଧ୍ୟା ସାଢ଼େ ୭ଟାରେ ଦୁବାଇ ଇଣ୍ଟରନେସନାଲ ଷ୍ଟାଡିୟମରେ ଖେଳାଯିବ।
କିଙ୍ଗ୍‌ସ ଏକାଦଶ ପଞ୍ଜାବ ଦଳର ଅଧିନାୟକ ଦାୟିତ୍ବ ନେଇଛନ୍ତି କେ ଏଲ୍‌ ରାହୁଲ। ରାହୁଲ ଜଣେ ସଫଳ ବ୍ୟାଟସମ୍ୟାନ‌ ଭାବେ ଜଣାଶୁଣା। ସେହିପରି ଦଳରେ ବିସ୍ଫୋରକ ଓପନର୍ କ୍ରିସ୍‌ ଗେଲ୍‌ ରହିଛନ୍ତି। ଅନ୍ୟତମ ଓପନର୍‌ ଭାବେ ମୟଙ୍କ ଅଗ୍ରୱାଲ୍‌ ଅଛନ୍ତି। ସେହିପରି ଏହି ଦଳର ଷ୍ଟାର ଅଲରାଉଣ୍ଡର ଗ୍ଲେନ୍‌ ମ୍ୟାକ୍‌ସୱେଲ୍‌ ଅଛନ୍ତି। ଗେଲ୍ ଓ ମ୍ୟାକ୍‌ସୱେଲ୍‌ଙ୍କ ଉପସ୍ଥିତି ଯୋଗୁଁ ଦଳର ଶକ୍ତି ବେଶ୍ ବୃଦ୍ଧି ପାଇଛି।

ଅନ୍ୟପଟେ ଦିଲ୍ଲୀ କ୍ୟାପିଟାଲ୍‌ସ ଦଳର ନେତୃତ୍ବ ନେଉଛନ୍ତି ଶ୍ରେୟାସ ଆୟାର। ଦଳ ଗତ ସଂସ୍କରଣରେ ବେଶ୍‌ ଭଲ ପ୍ରଦର୍ଶନ କରିଥିବାରୁ ଚଳିତ ସଂସ୍କରଣରେ ମଧ୍ୟ ଭଲ ପ୍ରଦର୍ଶନ କରିବାକୁ ଆଶା ରହିଛି। ଏହି ଦଳରେ ଓପନର୍‌ ଭାବେ ରହିଛନ୍ତି ଶିଖର ଧାୱନ୍‌ ଓ ପୃଥ୍ବୀ ସ’।