୫ କୁଇଣ୍ଟାଲ ଗଞ୍ଜେଇ ଜବତ, ମାଫିଆ ଫେରାର

ରାମନାଗୁଡା,ଏନ୍ଏନ୍ଏସ୍: ରାୟଗଡ଼ା ଜିଲ୍ଲା ମେରଣ୍ଡା ଗ୍ରାମ ନିକଟସ୍ଥ ଜଙ୍ଗଲରୁ ପଦ୍ମପୁର ପୁଲିସ ୫ କୁଇଣ୍ଟାଲ ଗଞ୍ଜେଇ ଜବତ କରିଛି। ତେବେ ପୁଲିସ ଚଢ଼ଉ କରିବା ପୂର୍ବରୁ ଗଞ୍ଜେଇ ମାଫିଆମାନେ ଚମ୍ପଟ ମାରିଥିବା ଜଣାପଡିଛି। ସୂଚନା ଅନୁଯାୟୀ ମେରଣ୍ଡା ଗ୍ରାମ ନିକଟ ଜଙ୍ଗଲରେ ଗଞ୍ଜେଇ ଚୋରାଚାଲାଣ ହେଉଥିବା ନେଇ ଗତକାଲି ସନ୍ଧ୍ୟାରେ ପଦ୍ମପୁର ପୁଲିସ ଖବର ପାଇଥିଲା। ପରେ ପୁଲିସ ପକ୍ଷରୁ ଚଢ଼ଉ କରି ବ୍ୟାପକ ପରିମାଣର ଗଞ୍ଜେଇ ଜବତ କରିଛି। ଅନ୍ୟପଟେ ଗଞ୍ଜେଇ ମାଫିଆମାନେ ରେଡ ସମ୍ପର୍କରେ ଜାଣିପାରି ସେଠାରୁ ଚମ୍ପଟ ହୋଇଯାଇଥିଲେ। ପରେ ପୁଲିସ ପକ୍ଷରୁ ଜବତ ଗଞ୍ଜେଇକୁ ଥାନାକୁ ଅଣାଯାଇଥିଲା। ପୁଲିସ ପକ୍ଷରୁ ଜବତ ଗଞ୍ଜେଇକୁ ଓଜନ କରାଯିବା ପରେ ୫ କୁଇଣ୍ଟାଲ ୫ ଗ୍ରାମ ବୋଲି ଜଣାପଡିଛି। ତେବେ ଏହି ଗଞ୍ଜେଇ କେଉଁଠିକୁ ଚାଲାଣ ହେବାର ଯୋଜନା ଥିଲା ଓ ଏଥିରେ କେଉଁମାନେ ସମ୍ପୃକ୍ତ ଅଛନ୍ତି ସେ ନେଇ ପୁଲିସ ତଦନ୍ତ ଚଳାଇଛି।