ବଲାଙ୍ଗିର,ଏନ୍ଏନ୍ଏସ୍: ବଲାଙ୍ଗିର ଜିଲ୍ଲାର ନୂଆ ଜିଲ୍ଲାପାଳ ଭାବବେ ଚଞ୍ଚଲ ରଣା ଦାୟିତ୍ୱ ଗ୍ରହଣ କରିଛନ୍ତି। ନୂତନ ଜିଲ୍ଲାପାଳ ଭାବେ ଯୋଗଦାନ କରି ଅତିରିକ୍ତ ଜିଲ୍ଲାପାଳ ଅନନ୍ତ ନାରାୟଣ ସିଂ ଲାଗୁରିଙ୍କଠାରୁ ଦାୟିତ୍ୱ ଗ୍ରହଣ କରିଛନ୍ତି। ବଲାଙ୍ଗିରରେ ଜିଲ୍ଲାପାଳ ଭାବେ ଯୋଗଦାନ କରିବା ପୂର୍ବରୁ ସେ ମୟୁରଭଞ୍ଜ ଜିଲ୍ଲାର ପିଡ଼ିଡି ଆରଡିଏ, ଗଜପତି ଜିଲ୍ଲାର ପିଡିଡି ଆରଡିଏ, ରାଜ୍ୟ କ୍ରୀଡ଼ା ଏବଂ ଯୁବ ବ୍ୟାପାର ବିଭାଗର ଅଫିସର ଭାବେ କାର୍ଯ୍ୟ କରିଛନ୍ତି। ଦାୟିତ୍ୱ ଗ୍ରହଣ କରିବା ପରେ ସେ ବଲାଙ୍ଗିର କୋଭିଡ ହସ୍ପିଟାଲ, ଭୀମ ଭୋଇ ମେଡ଼ିକାଲ କଲେଜ ଓ ବିଭିନ୍ନ ସ୍ଥାନକୁ ପରିଦର୍ଶନ କରିଥିଲେ। ପରେ ଏକ ବୈଠକ ଡାକି ବିଭିନ୍ନ ପ୍ରସଙ୍ଗକୁ ନେଇ ଆଲୋଚନା କରିଥିଲେ। ଉକ୍ତ ବୈଠକରେ ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ଲାଗୁରି, ବଲାଙ୍ଗିର ଉପଜିଲ୍ଲାପାଳ ସୁଧାକର ନାୟକ, ସିଡିଏମ ଭୀମ ସାହୁ, ଭୀମ ଭୋଇ ମେଡ଼ିକାଲ କଲେଜ ଅଧ୍ୟକ୍ଷ। ସଂଗୀତା ମହାପାତ୍ର, ଅଧିକ୍ଷକ ଡା. ମହେନ୍ଦ୍ର ନାୟକ ସମେତ ବିଭିନ୍ନ ଦାୟିତ୍ୱରେ ଥିବା ସ୍ୱାସ୍ଥ୍ୟ ଅଧିକାରୀ ଉପସ୍ଥିତ ଥିଲେ।