ଭାରତ-ପାକ୍ ସୀମାରୁ ବିପୁଳ ଅସ୍ତ୍ରଶସ୍ତ୍ର ଜବତ

ଚଣ୍ଡିଗଡ,ଏଜେନ୍ସି: ପଞ୍ଜାବର ଫିରୋଜପୁର ଜିଲ୍ଲାର ଭାରତ-ପାକ୍ ସୀମାରେ ଥିବା ଏକ କ୍ଷେତରୁ ସୀମା ସୁରକ୍ଷା ବାହିନୀ (ବିଏସଏଫ) ଶନିବାର ତିନିଟି ଏକେ-୪୭ ଏବଂ ଦୁଇଟି ଏମ୍-୧୬ ରାଇଫଲ ସମେତ ଅସ୍ତ୍ରଶସ୍ତ୍ର ଏବଂ ଗୁଳି ଜବତ କରିଛି। ସର୍ଚ୍ଚ ଅପରେସନ ସମୟରେ ବିଏସଏଫ ଯବାନମାନେ ଏକ ବ୍ୟାଗରୁ ଅସ୍ତ୍ରଶସ୍ତ୍ର ଏବଂ ଗୁଳି ଜବତ କରିଥିଲେ। ଏହା ସୀମା ନିକଟସ୍ଥ ଏକ କ୍ଷେତରେ ପଡିଥିବା ଦେଖା ଯାଇଥିଲା ବୋଲି ବିଏସଏଫ ଅଧିକାରୀ କହିଛନ୍ତି। ଏକେ-୪୭ର ୬ଟି ମାଗାଜିନ୍ ଓ ୯୧ ରାଉଣ୍ଡ ଗୁଳି, ଏମ୍-୧୬ ରାଇଫଲର ୪ଟି ମାଗାଜିନ୍ ଓ ୫୭ ରାଉଣ୍ଡ ଗୁଳି ମଧ୍ୟ ଉଦ୍ଧାର କରାଯାଇଛି। ବିଏସଏଫ ଅଧିକାରୀମାନେ ସନ୍ଦେହ କରୁଛନ୍ତି ଯେ ଅନ୍ତର୍ଜାତୀୟ ସୀମା ନିକଟରେ ପଞ୍ଜାବର ଫିରୋଜପୁର ଜିଲ୍ଲାର ଆବୋହର ଦେଇ ପାକିସ୍ତାନରୁ ଅସ୍ତ୍ରଶସ୍ତ୍ର ଏବଂ ଗୁଳିଗୋଳା ପଠାଯାଇଥିଲା। ଏ ନେଇ ତଦନ୍ତ ଜାରିରହିଛି।