ସେନା ଗାଡି ଦୁର୍ଘଟଣାଗ୍ରସ୍ତ: ୨ ଯବାନ ମୃତ

ରାଜସ୍ଥାନ,ଏଜେନ୍ସି: ଶନିବାର ସକାଳେ ରାଜସ୍ଥାନର ଚିକାନେର-ଜୟପୁର ରାଷ୍ଟ୍ରୀୟ ରାଜପଥରେ ସେନା ଗାଡି ଦୁର୍ଘଟଣାଗ୍ରସ୍ତ ହେବାରୁ ୨ ଜଣ ଯବାନଙ୍କ ମୃତ୍ୟୁ ହୋଇଛି। ଏଥିରେ ଅନ୍ୟ ୨ ଯବାନ ଆହତ ହୋଇଛନ୍ତି। ଆହତ ଯବାନଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ପୁଲିସଙ୍କ ସୂଚନା ଅନୁଯାୟୀ, ଯବାନମାନେ ଗାଡିରେ ଯାଉଥିବା ବେଳେ ଟାୟାର ଫାଟିଯାଇଥିଲା ଏବଂ ଗାଡିଟି ରାସ୍ତାରେ ଓଲଟିପଡିଥିଲା। ଏହାପରେ ଦୁର୍ଘଟଣାଗ୍ରସ୍ତ ଗାଡିରୁ ଯବାନମାନଙ୍କୁ ଉଦ୍ଧାର କରାଯାଇ ହସ୍ପିଟାଲ ଅଣାଯାଇଥିଲା। ସେଠାରେ ଡାକ୍ତର ୨ଜଣ ଯବାନଙ୍କୁ ମୃତ ଘୋଷଣା କରିଥିଲେ। ଏହି ଦୁର୍ଘଟଣା ସମ୍ପର୍କରେ ସେନା ସୂତ୍ରରୁ ହଠାତ୍ କିଛି ଜଣାପଡିନାହିଁ।