Notice: Function _load_textdomain_just_in_time was called incorrectly. Translation loading for the really-simple-ssl domain was triggered too early. This is usually an indicator for some code in the plugin or theme running too early. Translations should be loaded at the init action or later. Please see Debugging in WordPress for more information. (This message was added in version 6.7.0.) in /home/muhapqmy/public_html/wp-includes/functions.php on line 6131

Notice: Function _load_textdomain_just_in_time was called incorrectly. Translation loading for the publisher domain was triggered too early. This is usually an indicator for some code in the plugin or theme running too early. Translations should be loaded at the init action or later. Please see Debugging in WordPress for more information. (This message was added in version 6.7.0.) in /home/muhapqmy/public_html/wp-includes/functions.php on line 6131
ୟୁଏସ୍ ଓପନ ଟେନିସ: ଫାଇନାଲରେ ଥିମଙ୍କୁ ଭେଟିବେ ଜ୍ୱେରେଭ୍ – Nitidin
Deprecated: Function WP_Dependencies->add_data() was called with an argument that is deprecated since version 6.9.0! IE conditional comments are ignored by all supported browsers. in /home/muhapqmy/public_html/wp-includes/functions.php on line 6131

Deprecated: Function WP_Dependencies->add_data() was called with an argument that is deprecated since version 6.9.0! IE conditional comments are ignored by all supported browsers. in /home/muhapqmy/public_html/wp-includes/functions.php on line 6131

Deprecated: Function WP_Dependencies->add_data() was called with an argument that is deprecated since version 6.9.0! IE conditional comments are ignored by all supported browsers. in /home/muhapqmy/public_html/wp-includes/functions.php on line 6131

ୟୁଏସ୍ ଓପନ ଟେନିସ: ଫାଇନାଲରେ ଥିମଙ୍କୁ ଭେଟିବେ ଜ୍ୱେରେଭ୍

ନ୍ୟୁୟର୍କ,ଏଜେନ୍ସି: ନଂ-୨ ସିଡ୍ ଅଷ୍ଟଅିଆର ଡୋମିିନିକ୍ ଥିମ୍ ୩-୦ ସିଧାସଳଖ ସେଟରେ ନଂ-୩ ସିଡ୍ ରୁଷିଆର ଡାନିଲ ମେଡଭେଡେଭଙ୍କୁ ପରାସ୍ତ କରି ଏଠାରେ ଚାଲିଥିବା ୟୁଏସ୍ ଓପନ ପୁରୁଷ ସିଙ୍ଗଲ୍ସ ଫାଇନାଲରେ ପ୍ରବେଶ କରିଛନ୍ତି। ରବିବାର ରାତିରେ ହେବାକୁ ଥିବା ଫାଇନାଲରେ ସେ ନଂ-୫ ସିଡ୍ ଜର୍ମାନୀର ଆଲେକଜାଣ୍ଡର ଜ୍ୱେରେଭଙ୍କୁ ଭେଟିବେ। ଶୁକ୍ରବାର ରାତିରେ ଖେଳାଯାଇଥିବା ଅନ୍ୟ ଏକ ସେମିଫାଇନାଲରେ ଜ୍ୱେରେଭ୍ ୩-୨ ସେଟରେ ସ୍ପେନର ଭେଟେରାନ ଖେଳାଳି ପାବଲୋ କାରେନୋ ବୁସ୍ତାଙ୍କୁ ପରାସ୍ତ କରି କ୍ୟାରିୟରର ପ୍ରଥମ ଗ୍ରାଣ୍ଡସ୍ଲାମ୍ ଟେନିସ ଫାଇନାଲରେ ପ୍ରବେଶ କରିଛନ୍ତି। ଏହି ଫାଇନାଲରେ ଯିଏ ଜିତିଲେ ମଧ୍ୟ ଏହା ତାଙ୍କର ପ୍ରଥମ ଗ୍ରାଣ୍ଡସ୍ଲାମ୍ ଟାଇଟଲ ହେବ। ଏହା ପୂର୍ବରୁ ୨୭ ବର୍ଷୀୟ ଥିମ୍ ୩ଥର ଗ୍ରାଣ୍ଡସ୍ଲାମ୍ ଟୁର୍ଣ୍ଣାମେଣ୍ଟ ଫାଇନାଲରେ ପ୍ରବେଶ କରିଥିଲେ ମଧ୍ୟ ଥରେ ହେଲେ ଟ୍ରଫି ଜିତିବାରେ ସମର୍ଥ ହୋଇ ନାହାନ୍ତି।

ଶୁକ୍ରବାର ରାତିରେ ଖେଳାଯାଇଥିବା ସେମିଫାଇନାଲରେ ଥିମ୍ ଓ ମେଡଭେଡେଭଙ୍କ ମଧ୍ୟରେ ଜୋରଦାର ମୁକାବିଲା ହୋଇଥିଲା। ଯଦିଓ ଥିମ୍ ଏହି ମ୍ୟାଚକୁ ସିଧାସଳଖ ସେଟରେ ଜିତିଥିଲେ, ତଥାପି ଉଭୟଙ୍କ ମଧ୍ୟରେ ଲଢେଇ ଜୋରଦାର ହୋଇଥିଲା। ଲମ୍ବା ରାଲି, ଚମତ୍କାର ବେସ୍ ଲାଇନ୍ ଓ ଫୋରହ୍ୟାଣ୍ଡ ଗେମର ଉତ୍କୃଷ୍ଟ ପ୍ରଦର୍ଶନ ଏହି ମୁକାବିଲାରେ ଦେଖିବାକୁ ମିଳିଥିଲା। କିନ୍ତୁ ଗୁରୁତ୍ୱପୂର୍ଣ୍ଣ ସମୟରେ ଥିମ୍ ପଏଣ୍ଟ ଜିତିନେବା ଫଳରେ ଏହି ମ୍ୟାଚଟି ସିଧାସଳଖ ସେଟରେ ମୀମାଂସା ହୋଇଯାଇଥିଲା। ଆର୍ଥର ଆଶେ ଷ୍ଟାଡିୟମରେ ଖେଳାଯାଇଥିବା ଏହି ମୁକାବିଲାଟି ୨ଘଣ୍ଟା ୫୬ ମିନିଟରେ ଶେଷ ହୋଇଥିଲାବେଳେ ଥିମ୍ ଏହାକୁ ୬-୨, ୭-୬ (୯/୭) ଓ ୭-୬ (୭/୫)ରେ ଜିତିଥିଲେ।

ଶେଷ ଦୁଇଟି ସେଟ୍ ଟାଇବ୍ରେକରକୁ ଯାଇଥିଲେ ମଧ୍ୟ ମେଡଭେଡେଭ୍ ଏଥିରୁ ଫାଇଦା ଉଠାଇବାରେ ସମର୍ଥ ହୋଇପାରି ନଥିଲେ। ଗତବର୍ଷ ରନର୍ସ ଅପ୍ ହୋଇଥିବା ରୁଷିଆର ଏହି ୨୪ ବର୍ଷୀୟ ଖେଳାଳି ସେମିଫାଇନାଲରୁ ବିଦାୟ ନେଇଥିଲେ। ଏହା ଫଳରେ ଥିମଙ୍କ ପ୍ରଥମ ଗ୍ରାଣ୍ଡସ୍ଲାମ୍ ଟ୍ରଫି ଜିତିବା ଲାଗି ଚତୁର୍ଥଥର ସୁଯୋଗ ମିଳିଛି। ତାଙ୍କର ଏହି ବିଜୟ ପଥରେ ଜର୍ମାନୀର ଆଲେକଜାଣ୍ଡର ଜ୍ୱେରେଭ୍ ପ୍ରତିବନ୍ଧକ ହୋଇ ଛିଡାହୋଇଛନ୍ତି।

ଅନ୍ୟପକ୍ଷରେ ଜ୍ୱେରେଭ୍ ଓ ବୁସ୍ତାଙ୍କ ମଧ୍ୟରେ ମୁକାବିଲାଟି ୫ ସେଟବିଶିଷ୍ଟ ହୋଇଥିଲା ଓ ଏହା ୩ଘଣ୍ଟା ୨୩ ମିନିଟ୍ ଧରି ଚାଲିଥିଲା। ନଂ-୧ ନୋଭାକ୍ ଜୋକୋଭିକ୍ ଅଯୋଗ୍ୟ ହେବା ଫଳରେ ବୁସ୍ତା ସେମିଫାଇନାଲଯାଏ ଖେଳିବାକୁ ସୁଯୋଗ ପାଇଥିଲେ। କିନ୍ତୁ ସେ ତାହାର ସଦୁପଯୋଗ କରିବାରେ ସମର୍ଥ ହୋଇ ପାରିନଥିଲେ। ସେମିଫାଇନାଲ ମୁକାବିଲାରେ ବୁସ୍ତା ୬-୩, ୬-୨ରେ ପ୍ରଥମ ୨ଟି ସେଟକୁ ଜିତିନେବା ପରେ ଏହି ମ୍ୟାଚକୁ ଜିତିଯିବେ ବୋଲି ସମ୍ଭାବନା ସୃଷ୍ଟି କରିଥିଲେ। କିନ୍ତୁ ଏହା ପରେ ଜ୍ୱେରେଭ୍ ନିଜ ଖେଳରେ ଅସମ୍ଭବ ପ୍ରକାରର ଉନ୍ନତି ଆଣିବା ଓ ପରବର୍ତ୍ତୀ ୩ଟି ସେଟକୁ ନିୟନ୍ତ୍ରଣରେ ରଖିବା ଫଳରେ ଏହି ମାରାଥନ ମୁକାବିଲାକୁ ଜିତିବାରେ ସମର୍ଥ ହୋଇଥିଲେ।

ପରବର୍ତ୍ତୀ ୩ଟି ସେଟକୁ ସେ ୬-୩, ୬-୪, ୬-୩ରେ ଜିତିନେଇଥିଲେ। ଏହା ଫଳରେ ଜ୍ୱେରେଭ୍ ୨୦୦୩ ପରେ ପ୍ରଥମ ଜର୍ମାନ ଖେଳାଳି ଭାବେ ୟୁଏସ୍ ଓପନ ଫାଇନାଲରେ ପ୍ରବେଶ କରିବାକୁ ସମର୍ଥ ହୋଇଛନ୍ତି। ପ୍ରକୃତରେ ଏହି ମ୍ୟାଚ୍ ଜିତିବାକୁ ମୋତେ ଭାଗ୍ୟ ସାଥ୍ ଦେଇଛି। ଫାଇନାଲରେ ଖେଳିବାକୁ ସୁଯୋଗ ପାଇଥିବାରୁ ମୁଁ ବେଶ୍ ଆନନ୍ଦିତ ଓ ଟ୍ରଫି ଜିତିବାକୁ ସମସ୍ତ ପ୍ରକାର ଉଦ୍ୟମ କରିବି ବୋଲି ଜ୍ୱେରୋଭ କହିଛନ୍ତି।