୧୩ରେ ୟୁନିଟ-୧ ହାଟ ହେବ ବନ୍ଦ

ଭୁବନେଶ୍ୱର,ଏନ୍ଏନ୍ଏସ୍: ଆସନ୍ତା ୧୩ ତାରିଖ ରବିବାର ଦିନ ୟୁନିଟ-୧ ହାଟ ବନ୍ଦ ରହିବ। ୟୁନିଟ-୧ ହାଟ ପାଖ ମଦର ପବ୍ଲିକ ସ୍କୁଲରେ ନିଟ ପରୀକ୍ଷା ଥିବାରୁ ବିଏମସି ପକ୍ଷରୁ ଏହି ନିଷ୍ପତ୍ତି ନିଆଯାଇଛି। ୧୩ ତାରିଖରେ ଉଭୟ ହୋଲସେଲ ଓ ରିଟେଲ ବିକ୍ରି ବନ୍ଦ ରହିବ। ଏନେଇ ଭୁବନେଶ୍ୱର ମହାନଗର ନିଗମ ପକ୍ଷରୁ ହାଟ ବ୍ୟବସାୟୀ ସଂଘକୁ ଚିଠି ଲେଖି ଅବଗତ କରାଯାଇଛି।