ଜିଲ୍ଲାଯାଦବ ସମାଜ ପକ୍ଷରୁ ଦୀପକଙ୍କୁ ସମ୍ବର୍ଦ୍ଧନା

ବଲାଙ୍ଗିର,ଏନ୍ଏନ୍ଏସ୍: ବୁର୍ଲାସ୍ଥିତ ଭୀମସାରରେ ବଲାଙ୍ଗିର ଜିଲ୍ଲାରୁ ପ୍ରଥମ କରି ପ୍ଲାଜମା ଦାନ କରଥିବା ଦୀପକ କୁମାର ବାଗଙ୍କୁ ଜିଲ୍ଲା ଯାଦବ ସମାଜ ପକ୍ଷରୁ ସମ୍ବର୍ଦ୍ଧନା ଦିଆଯାଇଛି। ସ୍ଥାନୀୟ ଯାଦବ ଭବନ ପରିସରରେ ଆୟୋଜିତ କାର୍ଯ୍ୟକ୍ରମରେ ତାଙ୍କୁ ଯାଦବ ସମାଜ ପକ୍ଷରୁ ଉପଢୌକନ ଦେଇ ସ୍ୱାଗତ କରାଯାଇଥିଲା। ପୌରାଞ୍ଚଳ ୱାର୍ଡ ନଂ ୧୯ ରୁଗୁଡିପଡାର ସେ ବାସିନ୍ଦା ହୋଇଥିବାବେଳେ ସେ ମଧ୍ୟ ଜଣେ କରୋନା ଯୋଦ୍ଧା। ପୌରାଞ୍ଚଳ ସଭାପତି ପଙ୍କଜ ସେଲମା, ସମ୍ପାଦକ ଅରକ୍ଷିତ ଜୁଏଡ, ପୂର୍ବତନ ସଭାପତି ବାଗଦଲ ମହାକୁର, ଯୁବ ସଙ୍ଗଠକ ସନ୍ଦୀପ ବାଗ, ପ୍ରଶାନ୍ତ ମହାକୁର, ଇଶ୍ୱର ବାଗ ଓ ଜୟଦେବ ଜାଲ ପ୍ରମୁଖ ଏହି କାର୍ଯ୍ୟକ୍ରମରେ ଉପସ୍ଥିତ ଥିଲେ।