ଦେବଗଡ଼,ଏନ୍ଏନ୍ଏସ୍: ଦେବଗଡ଼ ପୁଲିସ ଆଜି ଏକ ଚୋରା ବାଇକ୍ ରାକେଟର ପର୍ଦ୍ଦାଫାସ କରିବା ସହ ୪ଟି ବାଇକ୍ ଜବତ କରିଛି। ଏଥିରେ ସମ୍ପୃକ୍ତ ୪ ବାଇକ୍ ଲୁଟେରାଙ୍କୁ ଗିରଫ କରାଯାଇଥିବା ସାମ୍ବାଦିକ ସମ୍ମିଳନୀରେ ଦେବଗଡ଼ ଏସପି ମନୋଜ କୁମାର ମାହାନ୍ତ ସୂଚନା ଦେଇଛନ୍ତି। ସୂଚନା ଅନୁଯାୟୀ, ଦେବଗଡ଼ ପୌରାଞ୍ଚଳ ଅନ୍ତର୍ଗତ ପୁରୁଣାଗଡ଼ଠାରେ ଗତ ୧୫ ତାରିଖ ଦିନ ଅନୀଲ କୁମାର ରଣାଙ୍କ ଏକ ବାଇକ ଚୋରି ହୋଇଥିବା ନେଇ ସେ ଦେବଗଡ ଥାନାରେ ଅଭିଯୋଗ କରିଥିଲେ।
