Notice: Function _load_textdomain_just_in_time was called incorrectly. Translation loading for the really-simple-ssl domain was triggered too early. This is usually an indicator for some code in the plugin or theme running too early. Translations should be loaded at the init action or later. Please see Debugging in WordPress for more information. (This message was added in version 6.7.0.) in /home/muhapqmy/public_html/wp-includes/functions.php on line 6131

Notice: Function _load_textdomain_just_in_time was called incorrectly. Translation loading for the publisher domain was triggered too early. This is usually an indicator for some code in the plugin or theme running too early. Translations should be loaded at the init action or later. Please see Debugging in WordPress for more information. (This message was added in version 6.7.0.) in /home/muhapqmy/public_html/wp-includes/functions.php on line 6131
ରାଜଧାନୀରୁ ପୁଣି ୩୮୬ କରୋନା ଆକ୍ରାନ୍ତ ଚିହ୍ନଟ, ୨୧୩ ସୁସ୍ଥ – Nitidin
Deprecated: Function WP_Dependencies->add_data() was called with an argument that is deprecated since version 6.9.0! IE conditional comments are ignored by all supported browsers. in /home/muhapqmy/public_html/wp-includes/functions.php on line 6131

ରାଜଧାନୀରୁ ପୁଣି ୩୮୬ କରୋନା ଆକ୍ରାନ୍ତ ଚିହ୍ନଟ, ୨୧୩ ସୁସ୍ଥ

ଭୁବନେଶ୍ୱର,ଏନ୍ଏନ୍ଏସ୍: ରାଜଧାନୀ ଭୁବନେଶ୍ୱରରୁ ୩୮୬ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏହାକୁ ମିଶାଇ ଭୁବନେଶ୍ୱରରେ ମୋଟ ସଂକ୍ରମିତଙ୍କ ସଂଖ୍ୟା ୮୬୪୭ରେ ପହଞ୍ଚିଛି। ଏଥିମଧ୍ୟରୁ ୫୧୨୪ଜଣ ସୁସ୍ଥ ହୋଇ ଫେରିଥିବାବେଳେ ୩୬ଜଣଙ୍କର ମୃତ୍ୟୁ ହୋଇଛି। ୩୪୭୮ଟି ଆକ୍ଟିଭ କେସ ରହିଛି। ଏନେଇ ଭୁବନେଶ୍ୱର ମହାନଗରନିଗମ ପକ୍ଷରୁ ସୂଚନା ଦିଆଯାଇଛି।

ଅନ୍ୟପକ୍ଷରେ ଆଜି ଭୁବନେଶ୍ୱରରୁ ୨୧୩ଜଣ ସୁସ୍ଥ ହୋଇଛନ୍ତି। ଆଜିର ଆକ୍ରାନ୍ତଙ୍କ ମଧ୍ୟରେ ୨୦୩ ଜଣ ସ୍ଥାନୀୟ ବ୍ୟକ୍ତି ରହିଛନ୍ତି। ୧୮୩ଜଣ କ୍ୱାରେଣ୍ଟାଇନରୁ ଚିହ୍ନଟ ହୋଇଛନ୍ତି। ସ୍ଥାନୀୟ ଆକ୍ରାନ୍ତ ବିଏମସିର ଚିନ୍ତା ବଢାଇଛି। ଆଇଆରସି ଭିଲେଜରୁ ଆଜି ୮ ଜଣ, ୟୁନିଟ ୯ରୁ ୪ଜଣ, ଚନ୍ଦ୍ରଶେଖରପୁର ୭ମ ବାଟାଲିଅନରୁ ୧୦ଜଣ, ଚନ୍ଦ୍ରଶେଖରପୁର କନକ ଦୁର୍ଗା ମନ୍ଦିର ନିକଟରୁ ୪ଜଣ, କେନ୍ଦ୍ରୀୟ ହସ୍ପିଟାଲରୁ ୩ ଜଣ ସ୍ୱାସ୍ଥ୍ୟକର୍ମୀ, ଭିଏସଏସ ନଗରରୁ ୪ଜଣ ଏବଂ ସହିଦ ନଗରରୁ ୫ଜଣ ସ୍ଥାନୀୟ ବ୍ୟକ୍ତି ଚିହ୍ନଟ ହୋଇଛନ୍ତି।