ଝାରସୁଗୁଡା,ଏନ୍ଏନ୍ଏସ୍: ଲଖନପୁର ଥାନା ବାଘମୁଣ୍ଡା ଗ୍ରାମ ପୋଖରୀରେ ବୁଡି ଜଣେ ଯୁବକ ପ୍ରାଣ ହରାଇଛନ୍ତି। ମୃତ ଯୁବକ ମଣିଲାଲ ପସାୟତଙ୍କ ପୁଅ ଆଦିତ୍ୟ ପସାୟତ(୨୬) ବୋଲି ଲଖନପୁର ଥାନା ଅଧିକାରୀ ପବିତ୍ର କିସାନ ସୂଚନା ଦେଇଛନ୍ତ। ସୂଚନା ଅନୁଯାୟୀ, ଆଜି ଭୋର ଆଦିତ୍ୟ ଗୋଧେଇବାକୁ ଯାଇଥିବା ବେଳେ ପୋଖରୀରେ ବୁଡି ଯାଇଥିଲେ। ବହୁ ସମୟ ଧରି ନଫେରିବାରୁ ପରିବାର ଲୋକେ ଖୋଜାଖୋଜି କରିବାସହ ଲଖନପୁର ପୁଲିସକୁ ଖବର ଦେଇଥିଲେ। ପୁଲିସ ଓ ଓଡ୍ରାଫ ଦଳ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଉଦ୍ଧାର କରିବାସହ ବ୍ୟବଚ୍ଛେଦ ପରେ ପରିବାରକୁ ହସ୍ତାନ୍ତର କରିଛନ୍ତି। ଏନେଇ ପୁଲିସ ଏକ ଅପମୃତ୍ୟୁ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି।