ମାଲକାନଗିରି,କୋରୁକୋଣ୍ଡା,ଏନ୍ଏନ୍ଏସ୍: ମାଲକାନଗିରି ଜିଲ୍ଲା ଓରକେଲ ପୁଲିସ ଦୁଇଟି ଗଞ୍ଜେଇ ଚାଲାଣକୁ ରୋକିବାରେ ସଫଳ ହୋଇଛି। ମଙ୍ଗଳବାର ସନ୍ଧ୍ୟାରେ ଏସଆଇ କୃଷ୍ଣା କୁମାରୀ ପ୍ରଧାନଙ୍କ ନେତୃତ୍ୱରେ ଏକ ଟିମ ସଦାଶିବପୁର ଛକ ନିକଟରେ ପାଟ୍ରୋଲିଂ କରୁଥିବାବେଳେ ଗୋଟିଏ ବାଇକରୁ ଦୁଇଟି ବସ୍ତାରେ ଥିବା ୪୫ କେଜି ୧୦୦ ଗ୍ରାମ ଗଞ୍ଜେଇ ଜବତ କରିଥିଲେ। ଏଥିରେ ସମ୍ପୃକ୍ତ ଦୁଇ ଅଭିଯୁକ୍ତ ହେଲେ ରାମଚନ୍ଦ୍ର ଖିଲ(୩୦), ସୋନା ଖିଲ(୪୦)। ସେମାନେ ତାରଲାକୋଟା ପଞ୍ଚାୟତର ସାହେବଗୁଡା ଗ୍ରାମର ବୋଲି ଜଣାପଡିଛି। ଜବତ ଗଞ୍ଜେଇର ଅନୁମାନିକ ମୂଲ୍ୟ ୯୦.୦୦୦ ହେବ ବୋଲି ପୁଲିସ ସୂଚନା ଦେଇଛି।
