ବନ୍ୟା ଜଳରେ ଭାସିଗଲା ୨ ଟ୍ରକ୍, ଜଣେ ମୃତ ଜିଲ୍ଲା By Nitidin Last updated Aug 26, 2020 Share ପାଟଣା,ଏନ୍ଏନ୍ଏସ୍: ଲଗାଣ ବର୍ଷାରେ କେନ୍ଦୁଝର ଉପର ମୁଣ୍ଡରେ ପ୍ରବଳ ବର୍ଷା ଯୋଗୁଁ ୪୯ ନମ୍ବର ଜାତୀୟ ରାଜପଥର ତୁରୁମୁଙ୍ଗା ବୈତରଣୀ ପୋଲ ଉପରେ ୬ ଫୁଟର ବନ୍ୟା ଜଳ ପ୍ରବାହିତ ହେଉଛି । ଫଳରେ କେନ୍ଦୁଝରରୁ ବାରିପଦା ଯୋଗାଯୋଗ ବିଚ୍ଛିନ୍ନ ହୋଇଛି । କେନ୍ଦୁଝର ମୟୁରଭଞ୍ଜ ସୀମାନ୍ତ ବୈତରଣୀ ନଦୀର ଛୋଟପୋଲ ଉପରେ ପାଣି ଚାଲୁଥିବା ବେଳେ ଏକ ଟ୍ରକ୍ ବୁଡିଯାଇଛି । ଟ୍ରକ୍ ଭାସି ଯାଇ ଡ୍ରାଇଭରଙ୍କ ମୃତ୍ୟୁ ଘଟିଛି । ସେହିପରି ପାଟଣା ଢେଙ୍କିକୋଟ ରାସ୍ତାର ସ୍ୱାମୀନାଳ ପୋଲ ଉପରେ ଏକ ଧାନ ବୋଝେଇ ଟ୍ରକ୍ ପାଟଣା ପଟକୁ ଆସୁଥିବା ବେଳେ ପ୍ରଖର ସ୍ରୋତରେ ଟ୍ରକଟି ଭାସି ଯାଇଛି । ଟ୍ରକର ଡ୍ରାଇଭରଙ୍କୁ ଉଦ୍ଧାର କରିବା ପାଇଁ ଦମକଳ ବାହିନୀଙ୍କ ପ୍ରୟାସ ଜାରି ରହିଛି । Share