ନୂଆଦିଲ୍ଲୀ: ତେଲେଙ୍ଗାନା ଓ ଆନ୍ଧ୍ରପ୍ରଦେଶ ସୀମାର ମାଟି ତଳେ ନିର୍ମାଣ ହୋଇଥିବା ଶ୍ରୀସେଲମ ପନବିଜଲୀ ପ୍ଲାଣ୍ଟରେ ନିଆଁଲାଗି ୯ଜଣଙ୍କର ମୃତ୍ୟୁ ଘଟିଛି। ନଗରକୁରନୁଲ ଜିଲ୍ଲାପାଳ ଏଲ ସରମନ ଏସମ୍ପର୍କରେ ସୂଚନା ଦେଇଛନ୍ତି। ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ ଚନ୍ଦ୍ରଶେଖର ରାଓ ଉକ୍ତ ଘଟଣାର ସିଆଇଡି ତଦନ୍ତ କରିବାକୁ ଆଦେଶ ଦେଇଛନ୍ତି।
କେନ୍ଦ୍ରୀୟ ଉଦ୍ୟୋଗିକ ସୁରକ୍ଷା ବଳର ଯବାନଙ୍କ ସମେତ ୫ଟି ଦମକଳ ଗାଡ଼ି ଉଦ୍ଧାର କାର୍ଯ୍ୟରେ ସାମିଲ ହୋଇଛି। ସଟ୍ ସର୍କିଟ ଯୋଗୁ ନିଆଁ ଲାଗିଥିବା ଜଣେ ଅଧିକାରୀ କହିଛନ୍ତି। ଘଟଣାସ୍ଥଳରେ ୨୫ ଜଣ ଥିବାବେଳେ ୧୫ରୁ ୧୬ ଜଣ ବାହାରି ଆସିଥିବା ଅନୁମାନ କରାଯାଉଛି। ଏଥିସହିତ ୬ଜଣ ଶ୍ୱାସକ୍ରିୟାରେ କଷ୍ଟ ଅନୁଭବ କରିବାରୁ ତାଙ୍କୁ ସ୍ଥାନୀୟ ହସ୍ପିଟାଲରେ ଭର୍ତ୍ତି କରାଯାଇଛି।
