ଝାରସୁଗୁଡାରେ ପୁଣି ୭୨  କରୋନା ପଜିଟିଭ ଚିହ୍ନଟ

ଝାରସୁଗୁଡ଼ା,ଏନ୍ଏନ୍ଏସ୍: ଝାରସୁଗୁଡାରେ ପୁଣି ୭୨ କରୋନା ଆକ୍ରାନ୍ତ ଚିହ୍ନଟ ହେଇଛନ୍ତି। ଏହି ଆକ୍ରାନ୍ତଙ୍କ ମଧ୍ୟରେ ଝାରସୁଗୁଡା ପୌରପରିଷଦ ଅଞ୍ଚଳରୁ ୩୨ ଜଣ ଥିବାବେଳେ ବେଲପାହାଡ଼ ପୌରପରିଷଦରୁ ଜଣେ, ବ୍ରଜରାଜନଗର ପୌରପରିଷଦ ଅଞ୍ଚଳରୁ ୧୬ଜଣ, ଝାରସସୁଗୁଡା ବ୍ଲକରୁ ୧୫ ଜଣ ଏବଂ ଲଖନପୁର ବ୍ଲକ ଅଞ୍ଚଳରୁ ୮ଜଣ ଚିହ୍ନଟ ହୋଇଛନ୍ତି।  ଏଥିମଧ୍ୟରୁ ୧୫ ଜଣ ଇନଷ୍ଟିଚ୍ୟୁସନାଲ କ୍ୱାରେଣ୍ଟାଇନରୁ ଚିହ୍ନଟ ହୋଇଥିବାବେଳେ ୫୭ ଜଣ ହୋମ କ୍ୱାରେଣ୍ଟାଇନରୁ ଥିବା ଜିଲ୍ଲା ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି। ଆଜିର ପଜିଟିଭଙ୍କୁ ମିଶାଇ ଜିଲ୍ଲାରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୭୦୫ରେ ପହଞ୍ଚିଛି। ୪୭୫ ଜଣ ସୁସ୍ଥ ହୋଇଥିବାବେଳେ ୨୨୯ ଜଣଙ୍କ ଚିକିତ୍ସା ଜାରି ରହିଛି ଏବଂ ଜଣେ ଆକ୍ରାନ୍ତ ପ୍ରାଣ ହରାଇଛନ୍ତି ।