ଖୋର୍ଦ୍ଧା,ଏନ୍ଏନ୍ଏସ୍: ଦୁର୍ବୃତ୍ତମାନେ ପୁଲିସକୁ ଖାତିର କରୁନାହାନ୍ତି। ଖୋର୍ଦ୍ଧା ଜିଲ୍ଲା ସଦର ଥାନା ଦଳେଇପୁଟରେ ଏଭଳି ଘଟଣା ଦେଖିବାକୁ ମିଳିଛି। ଦଳେଇପୁଟ ଟୁକୁନି ସ୍ବାଇଁଙ୍କ ଘରକୁ ତୃତୀୟ ଥର ବୋମାମାଡ଼ ହୋଇଛି। ଏଥର କିନ୍ତୁ ଅପରାଧୀମାନେ ପୁଲିସ ଉପସ୍ଥିତରେ ୪ଟି ବୋମା ଫିଙ୍ଗି ଫେରାର ହୋଇଯାଇଛନ୍ତି। ବୋମାମାଡ଼ରେ କୋଣସି ବ୍ୟକ୍ତି ଆହତ ହୋଇଥିବା ସୂଚନା ନାହିଁ।
ପୂର୍ବରୁ ଗତ ୧୨ ଓ ୧୮ ତାରିଖରେ ମଧ୍ୟ ବୋମାମାଡ଼ ହୋଇଥିଲା। ସେହିପରି ୧୨ ତାରିଖରେ ହୋଇଥିବା ବୋମାମାଡ଼ ଘଟଣାରେ ପୁଲିସ ଜଣକୁ ଗିରଫ କରିଛି। ତେବେ କିଏ ଏବଂ କାହିଁକି ବାରମ୍ବାର ଟୁକୁନି ସ୍ବାଇଁଙ୍କ ଘରକୁ ବୋମାମାଡ଼ କରୁଛି ତାହା ଜଣାପଡିନାହିଁ। ବୋମାମାଡ଼ର ଭିଡ଼ିଓ ସିସିଟିଭିରେ କଏଦ ହୋଇଥିବା ବେଳେ ଘଟଣା ସ୍ଥଳରେ ସଦର ଥାନା ଅଧିକାରୀ ପହଞ୍ଚି ତଦନ୍ତ କରୁଛନ୍ତି।