ରାଜ୍ୟରେ ଦିନକରେ ସର୍ବାଧିକ ୫୬ ହଜାରରୁ ଊର୍ଦ୍ଧ୍ୱ କରୋନା ନମୁନା ପରୀକ୍ଷା

ଭୁବନେଶ୍ବର,ଏନ୍ଏନ୍ଏସ୍: ରାଜ୍ୟରେ ଗତ ୨୪ ଘଣ୍ଟା ମଧ୍ୟରେ ୫୬ ହଜାର ୪୭୯ଟି କରୋନା ପରୀକ୍ଷା କରାଯାଇଛି। ଏନେଇ ରାଜ୍ୟ ସ୍ବାସ୍ଥ୍ୟ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ପ୍ରଦୀପ୍ତ ମହାପାତ୍ର ସୂଚନା ଦେଇଛନ୍ତି। ଏଥିରେ ଆରଟିପିସିଆର ୧୧ ହଜାର ୩୫୮ ହୋଇଥିବାବେଳେ, ଆଣ୍ଟିଜେନ୍ ଟେଷ୍ଟ ୪୪ ହଜାର ୯୫୦ ଓ ଟ୍ରୁନଟ ଟେଷ୍ଟ ୧୭୧ଟି ହୋଇଛି।