ଫୁଲବାଣୀ,ବାଲିଗୁଡ଼ା,ବ୍ରାହ୍ମଣୀଗାଁ, ଏନ୍ଏନ୍ଏସ୍: କନ୍ଧମାଳରେ ଯୁକ୍ତ ୨ ବାଣିଜ୍ୟ ପରୀକ୍ଷା ପାସହାର ୬୦.୪୪ ପ୍ରତିଶତ ରହିଛି। ଜିଲ୍ଲାରୁ ମୋଟ ୨୨୫ ଜଣ ପରୀକ୍ଷା ଦେଇଥିବାବେଳେ ୧୩୬ ଜଣ ପାସ କରିଛନ୍ତି। ସେମାନଙ୍କ ମଧ୍ୟରୁ ୨୪ ଜଣ ପ୍ରଥମ ଶ୍ରେଣୀରେ ଉତ୍ତିର୍ଣ୍ଣ ହୋଇଥିବାବେଳେ ଦ୍ୱିତୀୟ ଶ୍ରେଣୀରେ ୩୫ ଏବଂ ତୃତୀୟ ଶ୍ରେଣୀରେ ୭୭ ଜଣ ପାସ କରିଛନ୍ତି।
ଫୁଲବାଣୀ ସରକାରୀ ଜୁନିୟର କଲେଜରୁ ୬୨ ଜଣ ପରୀକ୍ଷା ଦେଇଥିବା ବେଳେ ୪୭ ଜଣ ପାସ କରିଛନ୍ତି। ସେଥିମଧ୍ୟରୁ ୧୨ ଜଣ ପ୍ରଥମ ଶ୍ରେଣୀରେ ପାସ କରିଥିବା ବେଳେ ୧୬ ଜଣ ଦ୍ୱିତୀୟ ଶ୍ରେଣୀରେ ଏବଂ ୧୯ ଜଣ ତୃତୀୟ ଶ୍ରେଣୀରେ ପାସ କରିଛନ୍ତି। ଛାତ୍ର ଅମ୍ଲାନ ଅଭିନନ୍ଦନ ୪୭୭ ନଂ ରଖି ଜିଲ୍ଲାରେ ଟପ୍ପର ହୋଇଛନ୍ତି।
