୫୧ କରୋନା ପଜିଟିଭ ଚିହ୍ନଟ : ବିଜେପୁର ଏନଏସି ଓ ବ୍ଲକ କାର୍ଯ୍ୟାଳୟ ୭୨ ଘଣ୍ଟା ସଟଡାଉନ୍

ବରଗଡ଼,ଏନ୍ଏନ୍ଏସ୍: ମଙ୍ଗଳବାର ବରଗଡ଼ ଜିଲ୍ଲାରେ ପୁଣି ୫୧ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ଏହାସହ ଜିଲ୍ଲାରେ ଆକ୍ରାନ୍ତଙ୍କ ସଂଖ୍ୟା ୯୩୫କୁ ବୃଦ୍ଧିପାଇଥିବାବେଳେ ସେମାନଙ୍କ ମଧ୍ୟରୁ ୫୬୪ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ୪ ଜଣଙ୍କ ମୃତ୍ୟୁ ଘଟିଛି ଏବଂ ୩୬୭ ଜଣ ଏବେ ଚିକିତ୍ସାଧୀନ ରହିଛନ୍ତି। ଆଜି ୫୧ଜଣ ଚିହ୍ନଟ ହେବାପରେ ଜିଲ୍ଲା କୋଷାଗାର ସମେତ ବିଜେପୁର ଏନଏସି କାର୍ଯ୍ୟାଳୟ, ତହସିଲ କାର୍ଯ୍ୟାଳୟ ଏବଂ ବ୍ଲକ କାର୍ଯ୍ୟାଳୟକୁ  ପ୍ରାଶାସନ ପକ୍ଷରୁ ୭୨ ଘଣ୍ଟା ପର୍ଯ୍ୟନ୍ତ ସଟଡାଉନ ଘୋଷଣା କରାଯାଇଛି । ଆଜି ବରଗଡ଼ ବ୍ଲକ ସିମେଣ୍ଟ ନଗରର ୪ ଜଣ, ଧାଙ୍ଗେର ଗ୍ରାମର ୨ ଜଣ, ବିରମାଲ ଗ୍ରାମର ଜଣେ, ଆଶା କିରନରୁୁ ଜଣେ, ବରଗଡ଼ ପୌରାଞ୍ଚଳରୁ ୨୨ ଜଣ, ଅତାବିରାରୁ ଜଣେ, ଗୌରଟିକ୍ରାରୁ ଜଣେ, କୁମେଲସିଂହାରୁ ୨ ଜଣ ଏବଂ ଅତାବିରା ଏନଏସିରୁ ୮ ଜଣ, ସୋହେଲାରେ ୮ ଜଣ ଓ ଭଟଲି ବ୍ଲକ କୁଇସିରାରୁ ଜଣେ ପଜିଟିଭ ଚିହ୍ନଟ ହୋଇଛନ୍ତି ।