କରୋନା ମୁକାବିଲା ପାଇଁ ରାପିଡ ଆଣ୍ଟିଜେନ ଟେଷ୍ଟ ବଢ଼ାଯାଉ : ଆପ୍

ବରଗଡ଼,ଏନ୍ଏନ୍ଏସ୍: ବରଗଡ଼ ଜିଲ୍ଲାରେ ଦିନକୁଦିନ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ିବାକୁ ଲାଗିଛି। ଏଭଳି ସ୍ଥିିତିରେ କରୋନା ମୁକାବିଲାକୁ ଦୃଷ୍ଟିରେ ରଖି ଜିଲ୍ଲାରେ ରାପିଡ ଆଣ୍ଟିଜେନ ଟେଷ୍ଟ ବଢ଼ାଇବାକୁ ଆମ ଆଦମୀ ପାର୍ଟି ତରଫରୁ ପ୍ରସ୍ତାବ ଦିଆଯାଇଛି। ସେହିପରି ବୁର୍ଲା ଭୀମସାରରେ ଆରଟି ପିସିଆର ଟେଷ୍ଟ କ୍ଷମତାକୁ ବୃଦ୍ଧି କରାଯିବା ସହ ଜିଲ୍ଲାରେ ସ୍ୱାବ ନମୁନା ପରୀକ୍ଷା ପାଇଁ ଆରଟି ପିସିଆର ଟେଷ୍ଟ କରାଯିବାକୁ ଜିଲ୍ଲା ପ୍ରଶାସନକୁ ନିବେଦନ କରାଯାଇଛି। ଏଥିସହିତ କୋଭିଡ କେୟାର ସେଣ୍ଟରର ଗୁଣବତ୍ତା, ଖାଦ୍ୟ ଓ ସ୍ୱଚ୍ଛତା ରଖିବାକୁ ଆପ୍ ତରଫରୁ ନିବେଦନ କରାଯାଇଛି। ଜିଲ୍ଲା ପ୍ରଶାସନକୁ ଏନେଇ ଏକ ପତ୍ର ପ୍ରଦାନ କରାଯାଇଥିବାବେଳେ ଏହି ସମୟରେ ଜିଲ୍ଲା ଆବାହକ ଭବାନୀ ପ୍ରସାଦ ସାହୁ, ଅଭିତାବ ପାତ୍ର, ଅସିତ କୁମାର ସାହୁ ଉପସ୍ଥିତ ଥିଲେ।