ୟୁପି,ଏଜେନ୍ସି: ଅଯୋଧ୍ୟାରେ ରାମ ମନ୍ଦିର ନିର୍ମାଣ ପାଇଁ ଅଗଷ୍ଟ ୫ରେ ହେବାକୁ ଯାଉଛି ଭୂମି ପୂଜନ। ଏଥିପାଇଁ ସ୍ୱତନ୍ତ୍ର ପ୍ରସ୍ତୁତି ଆରମ୍ଭ ହୋଇଛି। ଏହି ପରିପ୍ରେକ୍ଷୀରେ ଅତିଥିମାନଙ୍କ ପାଇ ନିମନ୍ତ୍ରଣ ପତ୍ର ପ୍ରସ୍ତୁତ ହୋଇଯାଇଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏହି ଭୂମି ପୂଜନରେ ଯୋଗ ଦେବେ। ଇତି ମଧ୍ୟରେ ଭୂମି ପୂଜନ ପାଇଁ ଅତିଥିଙ୍କୁ ପଠାଯାଇଥିବା ନିମନ୍ତ୍ରଣ ପତ୍ରର ପ୍ରଥମ ଝଲକ ସାମ୍ନାକୁ ଆସିଛି।
