ହଂକଂ ସହ ନ୍ୟୁଜିଲାଣ୍ଡର ପ୍ରତ୍ୟର୍ପଣ ଚୁକ୍ତି ବାତିଲ

ୱେଲିଂଟନ୍, ଏଜେନ୍ସି: ଚୀନ ହଂକଂ ପାଇଁ ଜାତୀୟ ନିରାପତ୍ତା ଆଇନ ପାସ କରିବାକୁ ନିଷ୍ପତ୍ତି ନେବା ପରେ ନ୍ୟୁଜିଲାଣ୍ଡ ହଂକଂ ସହ ପ୍ରତ୍ୟର୍ପଣ ଚୁକ୍ତି ବାତିଲ କରିଛି। ନ୍ୟୁଜିଲାଣ୍ଡର ବୈଦେଶିକ ବ୍ୟାପାର ମନ୍ତ୍ରୀ ୱିନଷ୍ଟନ ପିଟର୍ସ କହିଛନ୍ତି ହଂକଂର ଫୌଜଦାରୀ ନ୍ୟାୟ ବ୍ୟବସ୍ଥା ସମ୍ପୂର୍ଣ୍ଣ ରୂପେ ଚୀନ ଠାରୁ ପୃଥକ୍। ଏଭଳି ପରିସ୍ଥିତିରେ ହଂକଂକୁ ଆଉ ବିଶ୍ୱାସ କରାଯାଇପାରିବ ନାହିଁ। ଯଦି ଚୀନ ଭବିଷ୍ୟତରେ ଗୋଟିଏ ଦେଶ, ଦୁଇଟି ବ୍ୟବସ୍ଥା ନୀତି ଅନୁସରଣ କରେ ତାହାହେଲେ ଏହି ନିଷ୍ପତ୍ତିର ପୁର୍ନବିଚାର କରାଯିବ ବୋଲି ସେ କହିଛନ୍ତି। ପୂର୍ବତନ ବ୍ରିଟିଶ ଉପନିବେଶ ହଂକଂରେ ବେଜିଂ ପକ୍ଷରୁ ଚଳିତ ମାସ ପ୍ରାରମ୍ଭରେ ଏହି ନୂଆ ଆଇନ ଲାଗୁ କରାଯାଇଛି। ହଂକଂ ବାସୀ ଏବଂ ପାଶ୍ଚାତ୍ୟ ରାଷ୍ଟ୍ରଗୁଡିକର ବିରୋଧ ସତ୍ୱେ ଚୀନ ଏଭଳି ପଦକ୍ଷେପ ନେଇଛି। ଅଷ୍ଟ୍ରେଲିଆ, କାନାଡା ଓ ବ୍ରିଟେନ ଇତି ମଧ୍ୟରେ ହଂକଂ ସହ ପ୍ରତ୍ୟର୍ପଣ ଚୁକ୍ତି ବାତିଲ କରିଛନ୍ତି। ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ହଂକଂ ପାଇଁ ସ୍ୱତନ୍ତ୍ର ଆର୍ଥିକ ସୁବିଧାକୁ ରଦ୍ଦ କରିଛନ୍ତି। ଉଲ୍ଲେଖଯୋଗ୍ୟ ଚୀନ ନ୍ୟୁଜିଲାଣ୍ଡର ସର୍ବବୃହତ୍ତ ବ୍ୟବସାୟିକ ଅଶିଂଦାର ଭାବେ ପରିଚିିତ।