ରାଜସ୍ଥାନ କଂଗ୍ରେସର ନୂଆ ଅଧ୍ୟକ୍ଷଙ୍କୁ ପାଇଲଟଙ୍କ ଅଭିନନ୍ଦନ

ଜୟପୁର,ଏଜେନ୍ସି: ରାଜସ୍ଥାନ ପ୍ରଦେଶ କଂଗ୍ରେସ କମିଟିର ନବନିଯୁକ୍ତ ସଭାପତି ଗୋବିନ୍ଦ ଦୋତାସରାଙ୍କୁ ଅଭିନନ୍ଦନ ଜଣାଇଛନ୍ତି ରାଜସ୍ଥାନର ପୂର୍ବତନ ପ୍ରଦେଶ କଂଗ୍ରେସ କମିଟି ସଭାପତି ସଚ୍ଚିନ ପାଇଲଟ। କୌଣସି ଚାପରେ ନଆସି ଏବଂ ପକ୍ଷପାତ ନକରି ନିଜ ଦାୟିତ୍ୱ ସମ୍ପାଦନ କରିବାକୁ ନବନିଯୁକ୍ତ କଂଗ୍ରେସ ସଭାପତିଙ୍କୁ ଟ୍ୱିଟ ଯୋଗେ ଅପିଲ କରିଛନ୍ତି ପାଇଲଟ୍। ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟଙ୍କ ବିରୋଧରେ ଷଡ଼ଯନ୍ତ୍ର ରଚିଥିବା ଅଭିଯୋଗରେ ସଚ୍ଚିନ ପାଇଲଟଙ୍କୁ ରାଜ୍ୟର ଉପମୁଖ୍ୟମନ୍ତ୍ରୀ ଏବଂ ରାଜସ୍ଥାନ କଂଗ୍ରେସ ଅଧ୍ୟକ୍ଷ ପଦରୁ ହଟାଇ ଦିଆଯାଇଥିଲା। ପାଇଲଟଙ୍କୁ କିଛି ବିଧାୟକ ସମର୍ଥନ କରୁଥିବା ବେଳେ ଉଭୟ ପାଇଲଟ୍ ଏବଂ ଗେହଲଟଙ୍କ ଦଳ ନ୍ୟାୟ ପାଇଁ ଅଦାଲତର ଦ୍ୱାରସ୍ଥ ହୋଇଛନ୍ତି। ତେବେ ବର୍ତ୍ତମାନ ପର୍ଯ୍ୟନ୍ତ ପାଇଲଟ କଂଗ୍ରେସରୁ ଇସ୍ତଫା ଦେଇନଥିବା ବେଳେ ସେ ବର୍ତ୍ତମାନ ମଧ୍ୟ ନିଜକୁ କଂଗ୍ରେସ ଦଳର ସଦସ୍ୟ ବୋଲି କହୁଛନ୍ତି।