କୋଭିଡ-୧୯ ପର୍ଯ୍ୟବେକ୍ଷକଙ୍କ ଦେବଗଡ଼ ଜିଲ୍ଲାଗସ୍ତ

ଦେବଗଡ,ଏନ୍ଏନ୍ଏସ୍: କୋଭିଡ-୧୯ ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ଦେବଗଡ଼ ଜିଲ୍ଲା ନିମନ୍ତେ ନିଯୁକ୍ତ ପର୍ଯ୍ୟବେକ୍ଷକ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗର ପ୍ରମୁଖ ସଚିବ ବିଷ୍ଣୁପଦ ସେଠୀ ଏବଂ ଓଡିଶା ରାଜ୍ୟ ସମବାୟ ବ୍ୟାଙ୍କ ଲିମିଟେଡ ପରିଚାଳନା ନିର୍ଦ୍ଦେଶକ ଗୋପବନ୍ଧୁ ଶତପଥୀ ଦେବଗଡ ଜିଲ୍ଲା ଗସ୍ତରେ ଆସି କରୋନା କରୋନା ସ୍ଥିତି ସମୀକ୍ଷା କରିଛନ୍ତି। ଏନେଇ ସ୍ଥାନୀୟ ସାର୍କିଟ୍ ହାଉସ୍ ଠାରେ ଆଲୋଚନା ହୋଇଥିଲା। ଏହି ଅବସରରେ ସେମାନେ କରୋନା ମୁକାବିଲା ନିମନ୍ତେ ଜିଲ୍ଲାରେ ଖୋଲାଯାଇଥିବା କୋଭିଡ କେୟାର ସେଣ୍ଟର, କୋଭିଡ କେୟାର ହୋମ, କ୍ଲଷ୍ଟର ଅସ୍ଥାୟୀ ସ୍ୱାସ୍ଥ୍ୟକେନ୍ଦ୍ର ଏବଂ ଗ୍ରାମ୍ୟସ୍ତରରେ କୋଭିଡ ପରିଚାଳନା ନିମନ୍ତେ ଗଠିତ କମିଟି, ସଚେତନତା ଓ ସତର୍କତାମୂଳକ ପଦକ୍ଷେପ ଉପରେ ପଚାରି ବୁଝିଥିଲେ। ଏହି ଗସ୍ତ ସମୟରେ ଜିଲ୍ଲାପାଳ ସୁଧାଂଶୁ ମୋହନ ସାମଲ, ଅତିରିକ୍ତ ଜିଲ୍ଲାପାଳ ଧରମ ହାଁସଦା, ଉପଜିଲ୍ଲାପାଳ ବ୍ରଜବନ୍ଧୁ ଭୋଇ, ପ୍ରକଳ୍ପ ନିର୍ଦ୍ଦେଶକ, ଡିଆରଡିଏ ସୁଶାନ୍ତ ଦେବକୀ ପଟେଲ ଏବଂ ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ଡା. ମନୋଜ କୁମାର ଉପାଧ୍ୟାୟ ପ୍ରମୁଖ ଉପସ୍ଥିତ ଥିଲେ।